Latest Odisha News

BREAKING NEWS

ବଦଳିଲେ ବନମାଳିପୁର ଦବଙ୍ଗ ଥାନା ବାବୁ

ଖୋର୍ଦ୍ଧା: ବଦଳିଲେ ବନମାଳିପୁରର ଦବଙ୍ଗ ଅଫିସର । ଭୁବନେଶ୍ୱର ରଜର୍ଭ ବାଟାଲିଅନକୁ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟିଙ୍କୁ ବଦଳି କରିଛନ୍ତି ଡିସିପି ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଚ ରାସ୍ତାରେ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ଶ୍ରମିକଙ୍କୁ ନିଜ ସର୍ଭିସ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ ।

କେବଳ ସେତିକି ନୁହେଁ ତାଙ୍କୁ ଚାପୁଡା ମଧ୍ୟ ମାରିଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯାହା ସୋସିଆଲ ଭିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡିସିପି ଏହି ଘଟଣାର ତଦନ୍ତ କରିବା ସହ ପ୍ରକାଶ ପୃଷ୍ଠିଙ୍କ ବଦଳି କରିଛନ୍ତି ।

Leave A Reply

Your email address will not be published.