Latest Odisha News

BREAKING NEWS

ନିଜ ଆୟର ୧୮% ଜମା କରିବାକୁ ବାଧ୍ୟ ସମସ୍ତ କରଦାତା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ % ଜମା କରିବାକୁ ବାଧ୍ୟ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା…

କରୋନା ମହାମାରୀ ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ % ଜମା କରିବାକୁ ବାଧ୍ୟ ବୋଲି ଏକ ବିଧେୟକ ସରକାର ପ୍ରଣୟନ କରିବାକୁ ଯାଉଥିବା ବାର୍ତ୍ତା ହ୍ଵାଟ୍ସଆପରେ ଘୁରିବୁଲୁଛି । ଯାହା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଥିଲା । ଏହାକୁ ପିଆଇବି ଫାକ୍ଟ ଚେକ ୟୁନିଟ ପକ୍ଷରୁ ଗୁଜବ ବୋଲି ସ୍ପଷ୍ଟ କରାଯାଇଛି । ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ସରକାରଙ୍କର ଏଭଳି କୌଣସି ଯୋଜନା ନାହିଁ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି ।


ତେବେ ଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି ପିଆଇବି ଫାକ୍ଟ ଚେକ ୟୁନିଟ ସ୍ପଷ୍ଟ କରିଛି । ଏଭଳି ଖବରକୁ ବିଶ୍ୱାସକୁ ନନେଇ କେବଳ ସରକାରୀ ଭାବେ ଦିଆଯାଇଥିବା ସୂଚନାକୁ ବିଶ୍ୱାସ କରିବା ସହ ଏଭଳି ଗୁଜବ ପ୍ରସାରଣ ନକରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.