Latest Odisha News

ବାଣପୁରରେ ମା’ ଭଗବତୀ ଓ ମା’ ବୀରଜାଈଙ୍କ ଭେଟ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅନୁଷ୍ଠିତ ହୋଇଛି ମା’ ଭଗବତୀ ଓ ମା’ ବୀରଜାଈଙ୍କ ଭେଟ ଉତ୍ସବ । ଓଡ଼ିଶାର ଐତିହାସିକ ପୀଠ ତଥା ବାଣପୁରର ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଗବତୀଙ୍କ କାଠି ଠାକୁରାଣୀ ଏବଂ ମା’ ବୀରଜାଈଙ୍କ କାଠି ଠାକୁରାଣୀଙ୍କର ବିଦ୍ଧି ମୁତାବକ ହୋଇଛି ମହା ଭେଟ ଉତ୍ସବ ।

କାହିଁ କେଉଁ କାଳରୁ ଏହି ପରମ୍ପରା ପାଳିତ ହୋଇ ଆସୁଛି । ଦୀର୍ଘଦିନର ଅନ୍ତର ପରେ ଦୁଇ ଭଉଣୀଙ୍କର ସାକ୍ଷାତ ବେଳେ ଯେଭଳି ଦୁଇ ଜଣ କୋଳାଗ୍ରତ ହୁଅନ୍ତି, ଠିକ୍ ସେହିପରି ଏଠି ଦୁଇ ଭଉଣୀ ମା’ ଜଗତ ଜନନୀ ମା’ ଭଗବତୀ ଓ ମା’ ବୀରଜାଈ ଠାକୁରାଣୀଙ୍କର ମହାମିଳନର ଦୃଶ୍ୟକୁ ଦେଖିବାକୁ ଭକ୍ତମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥାନ୍ତି । ଘଣ୍ଟ ଘଣ୍ଟା, ମୃଦଙ୍ଗ, କାହାଳୀ ଓ ଶଙ୍ଖ -ହୁଳହୁଳି ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ । ଭକ୍ତଙ୍କର ଜୟ ମା’ ଭଗବତୀ ଓ ଜୟ ମା’ ବୀରଜାଈ ଧ୍ବନୀରେ ପ୍ରକମ୍ପିତ ହୋଇଉଠିଥାଏ ବାଣପୁରର ବଡଦାଣ୍ଡ ।

ସେବାୟତମାନେ ମା’ଙ୍କୁ ବଡଦାଣ୍ଡରେ ନଚାଇ ମହାମିଳନ କରାଇଥାନ୍ତି । ମା’ ଭଗବତୀଙ୍କ ଶାରଦୀୟ ପାର୍ବଣରେ ଜନ ସମାଗମ ହେଉଥିବାରୁ ପ୍ରଶାସନ ତରଫରୁ ୬ ତାରିଖରୁ ୧୫ ତାରିଖ ବିଜୟା ଦଶମୀ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ହେଲେ ଭକ୍ତମାନେ ୧୪୪ ଧାରାକୁ ଖାତିର ନକରି ମା’ଙ୍କ ମହାମିଳନକୁ ଦେଖିବାକୁ ଭିଡ ଲଗାଇଥିଲେ ।

Comments are closed.