ଭୁବନେଶ୍ୱର: ଗିରଫ ହେବେ କି ଅଭିନେତ୍ରୀ ମୌସୁମୀ ? ଲେଖିକା ବନାମ ଅଭିନେତ୍ରୀ ମାମଲାର ଅସଲ ସତ ବାହାରକୁ ଆସିଲା। ମୌସୁମୀ କରିଥିଲେ ବ୍ଲାକମେଲ। କେବଳ ବନସ୍ମିତାଂକୁ ନୁହେଁ ବରଂ ଏକାଧିକ ପୁରୁଷ ଏବଂ ମହିଳାଙ୍କୁ କରିଛନ୍ତି ବ୍ଲାକମେଲ୍। ନିଜ ମୁହଁରେ ସ୍ୱୀକାର କରିଛନ୍ତି ମୌସୁମୀ। ଏବେ ଧରା ପଡିବା ପରେ ବନସ୍ମିତା କରିଲେ କ୍ରିମିନାଲ ଅଫେନ୍ସ କେଶ। ମୌସୁମୀଙ୍କ ବିରୁଦ୍ଧରେ ବ୍ଲାକମେଲ କରି ଅଧିକ ଟଙ୍କା ନେବା ଏବଂ ମାନହାନି ମାମଲା ଦାୟର କଲେ ଲେଖିକା।
ବହୁ ଚର୍ଚ୍ଚିତ ଲେଖିକା ବନାମ ଅଭିନେତ୍ରୀ ବିବାଦର ବାହାରକୁ ଆସିଲା ସତ। ଅଭିନେତ୍ରୀ ମୌସୁମୀ ବ୍ଲାକମେଲ କରିଥିଲେ ଲେଖିକାଙ୍କୁ। ଟଙ୍କା ନଦେଲେ କରିଦେବେ ବଦନାମ ଏବଂ ଭାଙ୍ଗିଦେବେ ପରିବାର। ଗଣମାଧ୍ୟମରେ ଅପପ୍ରଚାର କରିବାକୁ ଦେଇଥିଲେ ଧମକ। ତାଙ୍କ ସହ ଯିଏ ମିଶିଲା, ସିଏ ନାମ ନେଲା। ପ୍ରଥମେ ଯୋର ଜବରଦସ୍ତି ସମ୍ପର୍କ ବଢାନ୍ତି। ତା ପରେ ଟଙ୍କା ମାଗନ୍ତି। ନ ଦେଲେ ଧମକ ଦିଅନ୍ତି। ୫.୮୦ ଲକ୍ଷ ଟଙ୍କା କିସ୍ତିରେ ଇନଭେଷ୍ଟ କରିଥିଲେ। ୫.୮୦ ଫେରେଇ ମଧ୍ୟ ନେଇଥିଲେ। ଆଉ ତା ପରେ ଆରମ୍ଭ ହେଇଥିଲା ମୌସୁମୀଙ୍କ ଅସଲ ଖେଳ। ବ୍ଲାକମେଲ କରି ଅଧିକ ୪.୫୦ ଲକ୍ଷ ଟଙ୍କା ନେଇ ସାରିଲା ପରେ ପୁଣି ଟଙ୍କା ମାଗିଲେ। ଲେଖିକା ବନସ୍ମିତା ଏଥିରେ ଅତିଷ୍ଟ ହେଇ ଥାନାର ଦ୍ୱାରସ୍ତ ହେଲେ। ଏହା ପରେ ଲେଖିକା ଓ ତାଙ୍କ ପରିବାର ବିରୁଦ୍ଧରେ ଗଣମାଧ୍ୟନରେ ଅଭିନେତ୍ରୀ ମୌସୁମୀ ଭିତ୍ତିହୀନ ବୟାନ ରଖିଲେ।
କଣ କରନ୍ତି ମୌସୁମୀ ? କୋଉଠୁ ଆଣନ୍ତି ଟଙ୍କା ? ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି କି ମୌସୁମୀ ? କେବଳ ଲେଖିକା ନୁହଁନ୍ତି ବରଂ ଏକାଧିକ ପୁରୁଷ ଓ ମହିଳାମାନଙ୍କୁ ଟଙ୍କା ନଦେଲେ ବଦନାମ କରିବାକୁ ଦିଅନ୍ତି ଧମକ ଚମକ। ଅନେକଙ୍କଠାରୁ ଟଙ୍କା ମଧ୍ୟ ଲୁଟିଛନ୍ତି। ଟଙ୍କା ନଦେଲେ ଦିଅନ୍ତି ନାହିଁ ଶାରୀରିକ ସୁଖ। ପରିବାର ଭାଙ୍ଗିବାକୁ କେମିତି ମିଛ କୁହାଯାଏ, ନିଜ ମୁହଁରେ କହିଥିବାର ଅଡିଓ ରେକର୍ଡ ରହିଛି। ଏହି ରେକର୍ଡିଂରେ ମୌସୁମୀ ଓ ଆଉ ଜଣେ ମହିଳାଙ୍କ କଥୋପକଥନରେ ସିଏ ତାଙ୍କର ମାଷ୍ଟର ପ୍ଲାନ ବିଷୟରେ କହୁଥିବାର ଶୁଣିବାକୁ ମିଳିଛି।
ଏବେ ଲେଖିକା ବନସ୍ମିତା ମୌସୁମୀଙ୍କ ଆକାଉଣ୍ଟକୁ ତର୍ଜମାର ପରିସରଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ମୌସୁମୀ ଦୀର୍ଘ ଦୁଇ ଦସନ୍ଧି ଧରି ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ଥିବାର ପ୍ରମାଣ ସହ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତତ୍ ସହିତ କହିଛନ୍ତି ଯେ ତାଙ୍କର ଓ ତାଙ୍କ ପରିବାର ବିରୁଦ୍ଧରେ କହିଥିବା ଅଶାଳୀନ ମନ୍ତବ୍ୟ ପାଇଁ ମୌସୁମୀ ଦଣ୍ଡିତ ହୁଅନ୍ତୁ। ମୌସୁମୀ ନିଜେ ବନସ୍ମିତାଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ପୁଣି ଥରେ ଜୀବନ ଆରମ୍ଭ କରିବାରେ ସହାୟତା କରିବାକୁ। ଅନେକ ଅଜଣା ସୁତ୍ରରୁ ମୌସୁମୀଙ୍କର ଅନୈତିକ କାରବାର ଓ ବ୍ଲାକମେଲ ଓ ମନି ଏକ୍ସଟୋରସନର ପ୍ରମାଣ ଗଣମାଧ୍ୟମର ହସ୍ତଗତ ହୋଇଛି। ଲେଖିକା ଏଯାବତ୍ ମୌନତା ରଖିଛନ୍ତି ଓ ତାଙ୍କ ପକ୍ଷ ରଖିବାକୁ ସିନିଅର ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମରେ ବୟାନ ଦେବେ।
Comments are closed.