Latest Odisha News

BREAKING NEWS

ରାଜକୀୟ ଠାଣିରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ, ମେନୁରେ ରହିଛି ୧୦୦ରୁ ଅଧିକ ବ୍ୟଞ୍ଜନ

ଜୟପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା  । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଦୁହିଁଙ୍କ ବିବାହ ମୁହୁର୍ତ୍ତକୁ ତାଙ୍କ ଫ୍ଯାନ୍ସ ମାନେ ଉତ୍ସାହ ସହକାରେ ଅପେକ୍ଷା କରି ରହିଥିଲେ । ଶେଷରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି ଆଜି କିଆରା ଓ ସିଦ୍ଧାର୍ଥଙ୍କର ପଡ଼ିବ ହାତଗଣ୍ଠି  । ତାଙ୍କର ଏହି ବିବାହ ରାଜକୀୟ ‌ଶୈଳୀରେ ହେବାକୁ ଯାଉଛି । ସେଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । କହିବାକୁ ଗଲେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଜୈସଲମରର  ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ । ସେମାନଙ୍କ ବିବାହକୁ ନେଇ ଗୋଟାଏ ପରେ ‌ଗୋଟାଏ ତଥ୍ୟ ସାମ୍ନାକୁ ଆସିଛି । କିଆରା ନିଜ ବିବାହରେ ପିନ୍ଧିବାକୁ ଥିବା ଲେହେଙ୍ଗା ଡିଜାଇନ୍‌ର ଦାୟତ୍ବ ଜଣାଶୁଣା ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କୁ ନେଇଛନ୍ତି । କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ଅତିଥିମାନଙ୍କ ରହିବା ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସରେ ପାଖାପାଖି ୮୪ଟି ଘର ବୁକ୍‌ କରାଯାଇଥିବା ବେଳେ, ୭୫ରୁ ଅଧିକ ଗାଡ଼ି ବୁକ୍‌ କରାଯାଇଛି । ଏହି ଗାଡ଼ିଗୁଡ଼ିକରେ ମର୍ସିଡିଜ୍‌ରୁ ନେଇ ବିଏମ୍‌ଡବ୍ଲୁ ପର୍ଯ୍ୟନ୍ତ ସାମିଲ୍‌ ଅଛି।

କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ଖାଦ୍ୟର ମେନୁକୁ ମଧ୍ୟ ବହୁତ ଖାସ୍‌ ରଖାଯାଇଛି । ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ପରସା ଯିବ। ମେନୁରେ ରହିଛି ଇଟାଲିୟନ୍‌, ଚାଇନିଜ୍‌, ଆମେରିକାନ୍‌, ସାଉଥ୍‌ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଛି । ବିବାହରେ ୫୦ରୁ ଅଧିକ ଷ୍ଟଲ୍‌ ଲାଗିବ, ଯେଉଁଠି ୫୦୦ ଓ୍ବେଟର୍ସ ନିଜର ଡ୍ରେସ୍‌ କୋଡ୍‌ରେ ରହିବେ। ପ୍ରତ୍ୟେକ ଷ୍ଟଲ୍‌ରେ ୨ରୁ ୩ଟି ବ୍ୟଞ୍ଜନ ରଖାଯିବ। ସେହିପରି ଜଳଖିଆ ଏବଂ ଦ୍ୱିପ୍ରହର ଖାଦ୍ୟର ମେନୁରେ ମଧ୍ୟ ଅନେକ ପ୍ରକାର ବ୍ୟଞ୍ଜନ ସାମିଲ ହେବ ବୋଲି ଜଣାପଡ଼ିଛି  ।

ସିଦ୍ଧାର୍ଥ ଓ କିୟାରାଙ୍କ ବିବାହର ରୀତିନୀତି ଆଜି ଦ୍ୱିପ୍ରହର ୩ଟା ପରେ ଆରମ୍ଭ ହେବ। ହେଲେ ବିବାହ ପୂର୍ବରୁ ଉଭୟଙ୍କର ହଳଦୀ ଉତ୍ସବ ହୋଇଛି। କପଲ୍‌ଙ୍କର ହଳଦୀର ଇନ୍‌ସାଇଡ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ପ୍ରଶଂସକ ମାନେ ପ୍ରଶଂସା କରିଛନ୍ତି  ।

 

Leave A Reply

Your email address will not be published.