Latest Odisha News

BREAKING NEWS

ବିବାହ କରିବେ ପ୍ରଭାସ-କ୍ରିତି

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ ଓ ବଲିଉଡ ଅଭିନେତ୍ରୀ କ୍ରିତି ସେନନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଉଠୁଥିଲା । ବିଦେଶୀ ସେନ୍ସର ବୋର୍ଡର ଏକ ସଦସ୍ୟ ଟୁଇଟ କରିଛନ୍ତି ଯେ, ମାଳଦ୍ୱୀପରେ ପ୍ରଭାସ-କ୍ରିତି ଆସନ୍ତା ମାସରେ ବିବାହ କରିବେ । ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । ଟୁଇଟ କରିଥିବା ବ୍ୟକ୍ତିଜଣଙ୍କ ହେଲେ ଉମୈର ସାନ୍ଧୁ । ଗତ ବର୍ଷ ନଭେମ୍ବରରେ ବରୁଣ ଧାୱନ ପ୍ରଥମେ ଏହି ଦୁଇ ଜଣଙ୍କ ସର୍ମ୍ପକକୁ ନେଇ ଖୁଲାସା କରିଥିଲେ ।

ସେ ସମୟରେ କ୍ରିତି ଏହି ଖବରକୁ ଗୁଜବ ବୋଲି କହିଥିଲେ । ଏବେ ଉଭୟ ଆଦିପୂରଷ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ବିଗ ବଜେଟ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । କ୍ରିତି ମୋର ଭଲ ବନ୍ଧୁ ବୋଲି ପ୍ରଭାସ କହିଛନ୍ତି । ଦେଖାଯାଉ ଏହି ଖବର ସତ ହେଉଛି କି ମିଛ ।

Leave A Reply

Your email address will not be published.