Latest Odisha News

BREAKING NEWS

କନ୍ଧମାଳ ଓ ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଫୁଲବାଣୀ/ବଲାଙ୍ଗୀର : କୁଇକୁଳ ସମିତି, ବାଲିଗୁଡା ଓ ନାଗରିକ ମଞ୍ଚ ଦ୍ୱାରା ଆଜି ୧୨ ଘଣ୍ଟିଆ କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ବନ୍ଦ ଡାକରା ଦେଇଛି ବାଲିଗୁଡ଼ା । ବାଲିଗୁଡ଼ାରେ ଆୟୋଜିତ ହେଉଥିବା ବାଲିଗୁଡ଼ା ମହୋତ୍ସବରେ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ସ୍ଥାନ ପାଇନଥିବା ଫଳରେ କୁଇକୁଳ ସମାଜ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ଅପରପକ୍ଷରେ କୁଟିକିଆ ସରପଞ୍ଚ ଦୟାନିଧି ମଲିକଙ୍କୁ ବାଲିଗୁଡ଼ା ବିଡିଓ ନରେଶ ଚନ୍ଦ୍ର ଶବର ସର୍ବସାଧାରଣରେ ଦୁର୍ବବ୍ୟହାର କରିଥିବା କୁଇ ସମାଜ ଅଭିଯୋଗ କରିଛି ।

ସେହିପରି ନାଗରିକ ମଞ୍ଚ କର୍ମକର୍ତ୍ତାଙ୍କ ପକ୍ଷରୁ ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପାଟଣାଗଡ-ଖପରାଖୋଲ ରେଲ ଲାଇନ ସଂଯୋଗ ଦାବିରେ ଏହି ଡାକରା ଦିଆଯାଇଥିବା ନେଇ ଜଣାପଡିଛି ।

ବିକ୍ଷୋଭକାରୀ ମାନେ ହରିଶଙ୍କର ରୋଡରୁ ଏକ ର‌୍ୟାଲିରେ ବାହାରି ବିଭିନ୍ନ ସ୍ଥାନରେ ପିକେଟିଂ କରିଥିବା ନେଇ ସୁତ୍ରରୁ ପ୍ରକାଶ । ଆହୁରି ମଧ୍ୟ ଏହି ବନ୍ଦ ଡାକରା ଫଳରେ ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.