Latest Odisha News

BREAKING NEWS

ନିଜ ପଦବୀରୁ ଇସ୍ତଫା ଦେଲେ ଭୀମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ପୂଜାହାରୀ ଶନିବାର ଦିନ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଇ-ମେଲ ଓ ଡାକ ଯୋଗେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ପୂଜାହାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିଥିବା ବେଳେ ତାଙ୍କ କାର୍ଯ୍ୟକୁ ନେଇ ପିଜି ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ଜଣେ ରୋଗୀଙ୍କୁ ତାଙ୍କର ଏକ ଅସୁରକ୍ଷିତ ଉପଚାର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଫଳରେ ସେ ବିବାଦ ଘେରରେ ଛନ୍ଦି ହୋଇପଡିଥିଲେ ।

ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗର କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦା ତାଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତାଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ : ଭୀମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ, ଛୁଟିରେ ଯିବାକୁ ନିର୍ଦ୍ଦେଶ

Leave A Reply

Your email address will not be published.