Latest Odisha News

ପଦ୍ମପୁର ଓ ପୁରୁଷୋତ୍ତମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ବରଗଡ଼/ବ୍ରହ୍ମପୁର : ବରଗଡ଼ ଜିଲ୍ଲାର ପଦ୍ମପୁର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ ବନ୍ଦ ପାଳନରେ ପ୍ରାୟ ୩୨ଟି ସଂଗଠନ ସାମିଲ ହୋଇ ଥିବାବେଳେ ସଚେନତ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଏଥିସହିତ ବରଗଡ଼ ଜିଲ୍ଲାରେ ଥିବା କିଛି ବ୍ଲକ୍ ଜିଲ୍ଲା ସଦର ମହକୁମାରୁ ୧୫୦ କିମି. ଦୂରରେ ରହିଛି । ଫଳରେ ଏହି ଅଞ୍ଚଳ ଉପରେ ପ୍ରଶାସନର ପ୍ରଶାସନର ଦୃଷ୍ଟି ପଡୁନଥିବାରୁ ଲୋକମାନେ ଏକପ୍ରକାର ଅବହେଳିତ ଅବସ୍ଥାରେ ରହୁଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ବିକ୍ଷୋଭକାରୀ  ।

ସମଗ୍ର ପଦ୍ମପୁର ସବ-ଡିଭିଜନ ଅଞ୍ଚଳ ଏକପ୍ରକାର ଅଣଜଳସେଚିତ ଅଞ୍ଚଳ। ଆହୁରି ମଧ୍ୟ ଏଠାକାର ଅଞ୍ଚଳବାସୀଙ୍କ ଅବସ୍ଥାି କେବିକେ ଅଞ୍ଚଳ ପରି ବୋଲି ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ମାନେ ।

ସେହିପରି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁରରେ ଓକିଲ ସଂଘ ଏବଂ ଟ୍ରେଡର୍ସ ସଂଘ ପକ୍ଷରୁ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଓକିଲ ସଂଘ ସବଜଜ୍ କୋର୍ଟ ପ୍ରତିଷ୍ଠା ଦାବି କରି ବନ୍ଦ ଡାକରା ଦେଇଥିଲାବେଳେ ସେପଟେ ଟ୍ରେଡର୍ସ ସଂଘ ଅଧପନ୍ତରିଆ ରାସ୍ତାର ମରାମତି ଦାବି କରି ବନ୍ଦ ଡାକରା ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ବନ୍ଦ ପାଳନକୁ ଅନେକ ବୁଦ୍ଧିଜୀବୀ ତଥା ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଥିବା ନେଇ ସୂଚନା ମିଳିଛି । ଏହାର ପ୍ରଭାବରେ ଯାନବାହନ ଯାତାୟତ ବନ୍ଦ ଯୋଗୁଁ ସାଧାରଣରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.