Latest Odisha News

ସିଟି ହସ୍ପିଟାଲ୍ ଦାବି ନେଇ ବରଗଡରେ ବନ୍ଦ ପାଳନ; ଜନଜୀବନ ବାଧାପ୍ରାପ୍ତ

ବରଗଡ: ବରଗଡ ଜିଲ୍ଲାରେ ସିଟି ହସ୍ପିଟାଲ ଦାବୀ ନେଇ ନାଗରିକ ଏକତା ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜିବି ବନ୍ଦ ପାଳନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବରଗଡବାସୀ ବନ୍ଦକୁ ସମର୍ଥନ କରିଛନ୍ତି ।ବିଭିନ୍ନ ସ୍ଥାନରେ ସମିତି ପକ୍ଷରୁ ପିକେଟିଂ ସହ ରାସ୍ତାରୋକ୍ କରାଯାଇଛି । ଯାହା ଫଳରେ ଯାନବାହାନ ଚଳାଚଳ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ଉଲ୍ଲେଖଯୋଗ୍ୟ, ସିଟି ହସ୍ପିଟାଲ୍ ଦାବିକରି ଗତକାଲି ମଧ୍ୟ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣା ଦେଇଥିଲେ । ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଦାବି ଜଣାଇଥିଲେ । ଏହା ଜାଣିବା ପରେ ବିଧାୟକ ଦେବେଶ ଆଚାର‌୍ୟ୍ୟ, ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ଓ ଏସପି ପଦ୍ମିନୀ ସାହୁ ଧାରଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଆଲୋଚନା ବିଫଳ ହେବାରୁ ସେମାନେ ସେଠାରୁ ଫେରିଯାଇଥିଲେ ।

ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଓ ଜନତା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ବରଗଡ ସହରରେ ଦୁଇ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବାବେଳେ ଚିକିତ୍ସା ବ୍ୟବସ୍ଥା ଠିକ୍ ନାହିଁ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଆମେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ରାଜ୍ୟ ସରକାରକୁ ଦାବି କରୁଛୁ ବୋଲି ଆନ୍ଦୋଳନକାରୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.