Latest Odisha News

BREAKING NEWS

ଘରେ ରଖନ୍ତୁ ମାଟି ପଦାର୍ଥ, ମିଳିବ ଶୁଭଫଳ !

ଭୁବନେଶ୍ୱର: ଶାସ୍ତ୍ର ଅନୁସାରେ ମାଟିକୁ ପବିତ୍ର ଓ ଶୁଭ ବୋଲି କୁହାଯାଏ, ଏମିତିକି ଭାରତବର୍ଷରେ ମାଟିକୁ ମାଆର ଆଖ୍ୟା ମଧ୍ୟ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଟିକୁ ମଙ୍ଗଳର କାରକ ବୋଲି କୁହାଯାଏ । ଏହାର ଉପଯୋଗରେ ମଙ୍ଗଳ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଏହି କାରଣରୁ ମାଟିକୁ ମଣିଷ ଜୀବନରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ମାଟିର ଉପଯୋଗ କରି ଆମେ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ମଙ୍ଗଳ କାରଣରୁ ଉପୁଜୁଥିବା ପ୍ରତିବନ୍ଧକକୁ ଏଡାଇ ଦେଇ ପାରିବା । ଜାଣନ୍ତୁ କେମିତି

ଘରେ ମାଟିରେ ନିର୍ମିତ ଇଶ୍ୱରଙ୍କ ମୂର୍ତ୍ତି ରଖନ୍ତୁ ଏହା ଦ୍ୱାରା ମଙ୍ଗଳର ଅଶୁଭ ପ୍ରଭାବ ନଷ୍ଟ ହୋଇଯାଏ ।

ଘରେ ମାଟି ପାତ୍ରରେ ପାଣି ଭରି ରଖିବା ଦ୍ୱାରା ଚନ୍ଦ୍ର ଏବଂ ମଙ୍ଗଳଙ୍କର ଶୁଭ ପ୍ରବାହ ପରିଲକ୍ଷିତ ହୋଇଥାଏ । ଯାହାଫଳରେ ଅଟକି ରହିଥିବା ବିବାହ ଆଦି ଶୁଭକାର୍ଯ୍ୟ ଅତି ସୁରୁଖୁରରେ ହୋଇଥାଏ ।

ମାଟି ମାଠିଆ ଦାନ କରିବା ଦ୍ୱାରା ଭାଗ୍ୟ ଚମିକିବା ସହ ହଠାତ ଧନଲାଭ ଯୋଗ ସୃଷ୍ଟି ହୋଇଥାଏ ।

ଘରେ ତୁଳସୀ ଚଉରା ମୂଳେ ମାଟି ଦୀପ ଜଳାଇ ରଖିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ଶାନ୍ତି ବଜାୟ ରହିବା ସହ ଆୟ ବଢେ ଓ ସଞ୍ଚୟର ରାସ୍ତା ମଧ୍ୟ ଖୋଲିଯାଇଥାଏ ।

୫. ମାଟି ପାତ୍ରରେ ଚା ଓ ଲସି ପିଇବା ଦ୍ୱାରା ବ୍ୟକ୍ତି ରୂଣ ବୋଝରୁ ମୁକ୍ତି ପାଇବା ସହ ଅଯଥା ଖର୍ଚ୍ଚ ଓ ଆର୍ଥିକ କ୍ଷତି ମଧ୍ୟ ରକ୍ଷା ପାଇବାର ବିଶ୍ୱାସ ରହିଛି ।

Leave A Reply

Your email address will not be published.