Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ଲମ୍ୱା ସହର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଚମକଦାର ଏବଂ ବିଳାସପୂର୍ଣ୍ଣ ସହର ଭାବେ ଆମେ ଜାଣିଛେ । ହେଲେ ଆପଣ ଜାଣିଛନ୍ତି କି ବ୍ୟାଙ୍କକ ସହର ସହିତ ଜଡିତ କିଛି କଥା ଯାହା ଏହାକୁ ସ୍ୱତନ୍ତ୍ର କରିଛି । ବ୍ୟାଙ୍କକ୍ ବିଶ୍ୱର ସବୁଠାରୁ ଲମ୍ୱା ସହରର ନାଁ ଭାବେ ଦାବି କରିଛି । ନିକଟରେ ଭାଇରାଲ ହୋଇଥିବା ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବ୍ୟାଙ୍କକର ସଂପୂର୍ଣ୍ଣ ନାଁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହା କେବଳ ନାଁ  ନୁହେଁ ବରଂ ଏକ ସଂପୂର୍ଣ୍ଣ ବାକ୍ୟ  ତଥା ଏକ କବିତା ।

ଭାଇରାଲ ଭିଡିଓ ଅନୁଯାୟୀ, ବ୍ୟାଙ୍କକର ପୂରା ନାଁ ହେଉଛି,‘‘ କ୍ରିୁଙ୍ଗ ଥେପ୍ ମହାନନାଖୋନ୍ ଆମନ୍ ରତନାକୋସିନ୍ ମହିଥାରା ଆୟୁଥୟା ….. ଯାହା ଶୁଣିଲେ କବିତା ପଢ଼ିଲା ପରି ଅନୁଭବ ହେଉଛି । ଯାହାର ଅନୁବାଦ ହେଉଛି, ‘‘ସ୍ୱର୍ଗଦୂତଙ୍କ ସହର, ମହାନ ସହର, ଚମତ୍କାର ସହର ।’’ ଇନ୍ଦ୍ରଙ୍କ ଆଦେଶରେ ବିଶ୍ୱକର୍ମା ଏହି ସହର ଗଢ଼ିଛନ୍ତି  ବୋଲି କୁହାଯାଇଛି । ବ୍ୟାଙ୍କକ ସହର ପୂରା ନାଁ ଐତିହାସିକ ଓ ସଂସ୍କୃତିର ମହତ୍ତ୍ୱ ରହିଛି ବୋଲି ଦାବି ହୋଇଛି ।

ଉକ୍ତ ଭାଇରାଲ ଭିଡିଓରେ, ପର୍ଯ୍ୟଟକ ବସିଥିବା ବସରେ ଜଣେ ଟୁର୍ ଗାଇଡ୍ ସେମାନଙ୍କୁ ବ୍ୟାଙ୍କକ ସହରର ସଂପୂର୍ଣ୍ଣ ନାମ କହିଛନ୍ତି। ଏହି ଭିଡିଓକୁ ୱାଇ ଜେନ୍ ଡେମେରେ ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି,
ବ୍ୟାଙ୍କକର ସଂପୂର୍ଣ୍ଣ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏକ ସ୍ଥାନର ଦୀର୍ଘତମ ନାମ ଭାବରେ ମାନ୍ୟତା ପାଇଛି ।’

Leave A Reply

Your email address will not be published.