Latest Odisha News

BREAKING NEWS

୨୩ ବର୍ଷ ପରେ ନିଜ ମାଟିରେ ନ୍ୟୁଜିଲାଣ୍ଡକୁ ହରାଇଲା ବାଂଲାଦେଶ

ଢ଼ାକା: ୨୩ ବର୍ଷ ପରେ ବାଂଲାଦେଶ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟରେ ବାଂଲାଦେଶର ଏହା ଦ୍ୱିତୀୟ ବିଜୟ । ୩୩୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ବାଂଲାଦେଶ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୮୧ ରନରେ ଅଲଆଉଟ ହୋଇ ଯାଇଥିଲା । ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ବାଂଲାଦେଶ ତାର ପ୍ରଥମ ବିଜୟ ହାସଲ କରିଥିଲା । ଉଭୟ ଦେଶ ମଧ୍ୟରେ ଓଭରାଲ ୧୮ଟି ଟେଷ୍ଟ ଖେଳାଯାଇଛି । ନ୍ୟୁଜିଲାଣ୍ଡ ୧୩ଟି, ବାଂଲାଦେଶ ୨ଟି ଏବଂ ୩ଟି ଟେଷ୍ଟ ଡ୍ର ରହିଛି । ବାଂଲାଦେଶ ଟିମରେ ଏଥର ଅଧିକାଂଶ ଯୁବ ଖେଳାଳି ଖେଳୁଥିଲେ ।

ଶକିବ ଉଲ ହାସନ, ମହମ୍ମୁଦାଲ୍ଲା, ଲିଟନ ଦାସ, ମୁସ୍ତାଫିଜୁର ରହେମାନ ଖେଳୁ ନ ଥିଲେ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩୧୦ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ କେନ ୱିଲିୟମସନଙ୍କ ଶତକ ବଳରେ ୩୧୭ ରନ କରିଥିଲା । ବାଂଲାଦେଶ ଦ୍ୱିତୀୟ ଇନିଂସରେ ୩୩୮ ରନ କରିଥିଲା । ଅଧିନାୟକ ନାଜମୁଲ ଶାନ୍ତୋ ୧୦୬ ରନର ଇନିଂସ ଖେଳିଥିଲେ । ତାଜିଲ ଇସଲାମ ୬ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.