Latest Odisha News

BREAKING NEWS

ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ, ଦୁଃଖଦ ଘଟଣା କହିଲା ଇସ୍କନ

ଢାକା: ହିନ୍ଦୁ ସନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଦେବାକୁ ଚଟଗାଓଁ କୋର୍ଟ ଖାରଜ କରି ଦେଇଛନ୍ତି। ଗୁରୁବାର ଦିନ ଇସ୍କନ କୋଲକାତା କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଦୁଃଖଦାୟକ ବୋଲି କହିଛନ୍ତି।

ଇସ୍କନ୍ ମୁଖପାତ୍ର ରାଧାରମନ୍ ଦାସ କହିଛନ୍ତି ଯେ ଶୁଣାଣି ସମୟରେ ଓକିଲମାନେ ଚିନ୍ମୟ ଦାସଙ୍କ ପକ୍ଷକୁ କୋର୍ଟରେ ଉପସ୍ଥାପନ କରିଥିଲେ। ତେବେ ପୂର୍ବରୁ ଶୁଣାଣି ସମୟରେ ଓକିଲମାନଙ୍କୁ ପକ୍ଷ ରଖିବାକୁ ଅନୁମତି ଦିଆଯାଇନଥିଲା।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଚିନ୍ମୟ ଦାସ ଅସୁସ୍ଥ ଅଛନ୍ତି। ଏହି ଆଧାରରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବେ ବୋଲି ଆଶା କରାଯାଉଥିଲା। ଇସ୍କନ୍ ମୁଖପାତ୍ର କହିଛନ୍ତି ଯେ ଚିନ୍ମୟ କୃଷ୍ଣ ଦାସଙ୍କ ଓକିଲମାନେ ବର୍ତ୍ତମାନ ବାଂଲାଦେଶ ହାଇକୋର୍ଟରେ ଆବେଦନ କରିବେ।

ଉଲ୍ଲେଖଯୋଗ୍ୟ, ଚିନ୍ମୟ କୃଷ୍ଣ ଦାସଙ୍କୁ ନଭେମ୍ବର ୨୫ରେ ଢାକାର ହଜରତ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ରହିଛି। ଗତ ୪୦ ଦିନ ଧରି ବାଂଲାଦେଶ ଜେଲରେ ଥିବା ଚିନ୍ମୟ ଦାସଙ୍କୁ ଗୁରୁବାର ଦିନ କୋର୍ଟରେ ହାଜର କରାଯାଇଥିଲା। ହେଲେ ଚଟଗାଓଁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

 

Comments are closed.