ନୂଆଦିଲ୍ଲୀ:ବାଂଲାଦେଶ କ୍ରିକେଟ ବୋର୍ଡ ତାର ଜିଦ ଛାଡୁନି । ଆଇସିସି ଭାରତ ବାହାରେ ମ୍ୟାଚ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସତ୍ୱେ ବିିସିବି ଏ ପର୍ଯ୍ୟନ୍ତ ମନ ବଦଳାଇ ପାରିବ ନାହିଁ । ମଙ୍ଗଳବାର ବିସିବିକୁ ଆଇସିସି ପୂର୍ନବିଚାର କରିବା ପାଇଁ କହିଥିଲା । ବିସିସିଆଇ ମଧ୍ୟ ବିସିବି ପ୍ରସ୍ତାବରେ ସହମତ ହୋଇ ନାହିଁ । ଏବେ ବିସିସିଆଇ ଓ ବିସିବି ମିଳିତ ଭାବେ ଏହାର ସମଧାନ କରୁ ବୋଲି ଆଇସିସି କହିଛି । ଫେବୃୟାରୀ ୭ରୁ ଟି୨୦ ବିଶ୍ୱକପ ଆରମ୍ଭ ହେବ । ବିସିବି କହିଛି ଯେ, ଖେଳାଳି, ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ । ଏବେ ବି ଆଇସିସି ସହିତ କଥାବାର୍ତା ଜାରୀ ରହିଛି ବୋଲି ବିସିବି କହିଛି ।
ବର୍ତମାନ ପରିସ୍ଥିତିରେ ଭାରତ ବାହାରେ ବାଂଲାଦେଶ ମ୍ୟାଚ କରିବା ପ୍ରାୟତଃ ସମ୍ଭବ ନୁହେଁ । କୋଲକାତା ଓ ମୁମ୍ବାଇ ଭେନ୍ୟୁ ବଦଳା ଯାଇପାରେ କିନ୍ତୁ ଭାରତରୁ ଶିଫ୍ଟ କରାଯିବନି ବୋଲି ବିସିସିଆଇ ସ୍ପଷ୍ଟ କରିଛି । ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ନେଇ ଭାରତ ପକ୍ଷରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଏଥିଯୋଗୁ ଆଇପିଏଲରୁ ମୁସ୍ତାଫିଜୁରଙ୍କୁ ବାହାର କରାଯାଇଥିଲା । ପରେ ବାଂଲାଦେଶ ଏହାର ପ୍ରସାରଣ ଉପରେ ରୋକ ଲଗାଇଥିଲା । ଏବେ ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ବାଂଲାଦେଶ ମନା କରୁଛି ।