Latest Odisha News

BREAKING NEWS

ବାଂଲାଦେଶ କ୍ରିକେଟ ବୋର୍ଡ଼ ୭ ଜଣ ଖେଳାଳି ଦେବାକୁ ବିସିସିଆଇକୁ କରିଛି ଅନୁରୋଧ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ( ବିସିସିଆଇ)କୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ୭ ଜଣ ଭାରତୀୟ ଖେଳାଳି ଦେବାକୁ ଅନୁରୋଧ କରିଛି । ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ବିଶ୍ୱ ଏକାଦଶ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚରେ ଏସିଆ ଏକାଦଶ ପାଇଁ ୭ ଜଣ ଭାରତୀୟ ଖେଳାଳିଙ୍କୁ ଦେବାକୁ ବିସିସିଆଇକୁ ଅନୁରୋଧ କରିଛି ବିସିବି ।

ଏହି ଖେଳାଳିମାନେ ହେଉଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ଭୁବନେଶ୍ୱର କୁମାର ଓ ରବୀନ୍ଦ୍ର ଜାଡେଜା ।

ସୂଚନାଯୋଗ୍ୟ ଇଂଲଣ୍ଡରେ ବିଶ୍ୱକପ ପରେ ଏଯାଏଁ ଭାରତ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହିଁ । ତେବେ ଏମାନଙ୍କ ମଧ୍ୟରୁ ଧୋନି ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି ।

ମାର୍ଚ୍ଚରେ ହେବାକୁ ଥିବା ୱାର୍ଲଡ ଇଲେଭେନ ବନାମ ଏସିଆ ଇଲେଭେନ ମ୍ୟାଚକୁ ଆଇସିସି ଦ୍ଵାରା ଅନ୍ତରାଷ୍ଟ୍ରୀୟ ମ୍ୟାଚର ମାନ୍ୟତା ମିଳି ସାରିଛି।

ସୂଚନାଯୋଗ୍ୟ, କଲିକତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ମାତ୍ ଦେଇଛି। ଏହା ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି।

Leave A Reply

Your email address will not be published.