Latest Odisha News

BREAKING NEWS

ଆଇପିଏସ ମନୋଜ ଛାବ୍ରାଙ୍କୁ ସ୍ପେଶାଲ୍ ଡ଼ିଜି (କାରାଗାର) ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ତଥା ସ୍ପେଶାଲ୍ ଆର୍ମଡ଼ ପୋଲିସ (ଏସଏପି) ର ସ୍ପେଶାଲ୍ ଡ଼ିଜିପି ମନୋଜ ଛାବ୍ରାଙ୍କୁ କାରାଗାର ବିଭାଗର ଅତିରିପ୍ତ ଡ଼ିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ଏବଂ ଏହାଫଳରେ ଏହି ପଦବୀରେ ଥିବା ଭାରପ୍ରାପ୍ତ ଡ଼ିଜିପି ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଅବସ୍ଥାପିତ ହେବେ ।

ରାଜ୍ୟ ସରକାର ନଭେମ୍ବର ୨୦ ତାରିଖରେ ଇନଚାର୍ଜ ଡ଼ିଜିପି ବି କେ ଶର୍ମାଙ୍କୁ ହଟାଇ ବରିଷ୍ଠ ଆପିଏସ ଅଧିକାରୀ ଅଭୟଙ୍କୁ ଡ଼ିଜିପି ଭାବେ ନିଯୁକ୍ତ କରିଛନ୍ତି ।

ପୋଲିସ ବିଭାଗରେ ସାମାନ୍ୟ ଅଦଳ ବଦଳ ହୋଇ ଡ଼ିଜି (କାରାଗାର) ସତ୍ୟଜିତ ମହାନ୍ତିଙ୍କୁ ଇଣ୍ଟେଲିଜେନ୍ସ ବିଭାଗର ସ୍ପେଶାଲ୍ ଡ଼ିଜି ଭାବେ ଅବସ୍ଥାପିତ କରାଯାଇଛି । ଆଇପିଏସ ଅଭୟ ଓଡ଼ିଶା ଡ଼ିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡ଼ିଜିପି ଭାବେ ଦାୟିତ୍ୱ ବହନ କରିବେ ।

Leave A Reply

Your email address will not be published.