Latest Odisha News

BREAKING NEWS

କରୋନା ସଂକ୍ରମଣରେ ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ୍ ଚୌଧୁରୀ କରୋନା ସଂକ୍ରମଣରେ ସୋମବାର ସକାଳେ ଢାକା ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅବଦୁଲ୍ଲାଙ୍କୁ ଗତ ମେ ୨୯ରେ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୬ ରେ ତାଙ୍କୁ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ଜୁନ୍ ୧୮ରେ ତାଙ୍କୁ ଭେଣ୍ଟିଲେଟର ଲଗାଯାଇଥିଲା।

ଦକ୍ଷିଣ ଏସିଆର ଅନ୍ୟତମ କରୋନା ପ୍ରଭାବିତ ଦେଶ ମଧ୍ୟରେ ବାଂଲାଦେଶ ସାମିଲ ରହିଛି। ଏଠାରେ ମୋଟ ୧,୩୭,୭୮୭ କରୋନା ଆକ୍ରାନ୍ତ ରହିଥିବା ବେଳେ ୧,୭୩୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.