Latest Odisha News

BREAKING NEWS

ଓଡ଼ିଶାରେ ପହଁଚିଲା କରୋନା ଔଷଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭ହଜାରରେ ପହଁଚିଗଲାଣି । ଜୁନ୍ ମାସରେ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ଓଡିଶାରେ ପହଁଚିଯାଇଛି କରୋନା ଔଷଧ । ରାଜ୍ୟ ଔଷଧ ନିଗମରେ ରହିଛି କରୋନା ସମ୍ପର୍କିତ ଏହି ମେଡିସିନ୍ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଅନୁସାରେ, ଓଡିଶାକୁ କରୋନାର ଦୁଇଟି ମେଡିସିନ୍ ଆସିସାରିଛି ।

ରାଜ୍ୟର କିଛି ହସପିଟାଲରେ ରେମଡେସିଭର ଔଷଧ ଉପଲବ୍ଧ ହୋଇଛି । ଡାକ୍ତରୀ ଟିମର ପରାମର୍ଶ ଅନୁସାରେ ମଧ୍ୟମରୁ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ । ଆଉ କିଛି ହସପିଟାଲରେ ଖୁବଶୀଘ୍ର ପହଁଚିଯିବ ରେମଡେସିଭର ଔଷଧ । ସେହିପରି ଫାଭି ଫ୍ଲୁ ମେଡିସିନ ମଧ୍ୟ ଓଡିଶାରେ ପହଁଚିଗଲାଣି । ଫାଭି ଫ୍ଲୁର ୧୨୦୦ଷ୍ଟ୍ରିପ ଆସିଛି । ଡାକ୍ତରଙ୍କ ପରାମର୍ଶ ନେଇ ଅଳ୍ପ ଲକ୍ଷଣ ଥିବା ରୋଗୀ ଏବଂ ମଧ୍ୟମ ଧରଣର ରୋଗୀଙ୍କୁ ଏହି ଔଷଧ ଦିଆଯିବ । ସେହିପରି ରାଜ୍ୟରେ ଡେସ୍କାମେଥାସୁନ୍ ମେଡିସିନ୍ ପ୍ରଚୁର ପରିମାଣରେ ମହଜୁଦ ରହିଛି । ୨ ଲକ୍ଷ ଟାବଲେଟ୍ ଏବଂ ୨ ଲକ୍ଷ ଇଂଜେକ୍ସନ ରହିଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.