Latest Odisha News

ବାଂଲାଦେଶ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ, ନିର୍ବାଚନକୁ ବର୍ଜନ କରିଛି ବିଏନପି

ବାଂଲାଦେଶ: ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଆଜି ସକାଳୁ ସକାଳି ଆରମ୍ଭ ହୋଇଛି ମତଦାନ । ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଗତକାଲିଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଚତୁର୍ଥ ଥର ପାଇଁ ଜିତିବା ଆଶା କରାଯାଉଛି।

BjdElectrycity

ସକାଳ ଆଠଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ଚାରିଟାରେ ଶେଷ ହେବ। ମତଦାନ ଶେଷ ହେବା ପରେ ତୁରନ୍ତ ଭୋଟ ଗଣତି ଆରମ୍ଭ ହେବ। ବିଭିନ୍ନ ବୁଥ୍ ରେ ପ୍ରାୟ ୧୭ କୋଟି ବାଂଲାଦେଶୀ ମତଦାନ କରୁଛନ୍ତି । । ତେବେ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସାକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୮ ଲକ୍ଷରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସମ୍ବେଦନଶୀଳ ସ୍ଥାନରେ ସେନା ଯବାନ ମୁତୟନ ହୋଇଛନ୍ତି । ନିର୍ବାଚନ ଫଳାଫଳ ଜାନୁଆରୀ ୮ ତାରିଖ ସକାଳେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର କାଜି ହବୀବୁଲ ଅୱଲ କହିଛନ୍ତି ଯେ ଆମ ନିର୍ବାଚନ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରରେ ଦେଖାଯିବା କଥା । ବାଂଲାଦେଶ, ମିଳିତ ଜାତିସଂଘର ସଦସ୍ୟ ଏବଂ ବିଭିନ୍ନ ଆନ୍ତର୍ଜାତୀୟ ଦସ୍ତାବିଜରେ ମଧ୍ୟ ଦସ୍ତଖତ କରିଛି । ତେବେ ଏହି ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଅନୁପସ୍ଥିତି ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା କ୍ରମାଗତ ୪ର୍ଥ ଥର ଜିତିବେ ବୋଲି ଆଶା କରାଯାଉଛି ।

ଦେଶର ୩୦୦ ନିର୍ବାଚନ ମଣ୍ଡଳୀରେ ଭୋଟ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି । ୪୨ ହଜାର ଭୋଟକେନ୍ଦ୍ରରେ ୧୧.୯୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୨୭ଟି ଦଳରୁ ୧,୫୦୦ରୁ ଅଧିକ ପ୍ରାର୍ଥୀ ଓ ୪୩୬ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ନିର୍ବାଚନ ବର୍ଜନ କରିଥିବାବେଳେ ମତଦାନର ଦିନକ ପୂର୍ବରୁ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଦେଖାଯାଇଛି। ଦୁର୍ବୃତ୍ତମାନେ ଶୁକ୍ରବାର ମଧ୍ୟରାତ୍ରରେ ୪ଟି ବୁଥ୍‌ ସମେତ ୫ଟି ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି।ବିରୋଧୀ କର୍ମୀମାନେ ହିଂସାକାଣ୍ଡ ଘଟାଇ ଏଯାବତ୍ ୧୦ ଜଣଙ୍କୁ ହତ୍ୟା କଲେଣି ।

 

 

Leave A Reply

Your email address will not be published.