Latest Odisha News

BREAKING NEWS

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ଶ୍ରୀଯୁକ୍ତ ସ୍ୱାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ।

ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବ ମୂଖର ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଦୀପ ସାୱନ୍ତ୍ l ଦେଶରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପରଠାରୁ ଦେଶରେ ବିଭିନ୍ନ ଅଦ୍ଧ୍ୟାତ୍ମିକ ପୀଠ ମାନଙ୍କରେ ଉନ୍ନତି ମୂଳକ କାର୍ଯ୍ୟ ସମ୍ଭାବ ହୋଇପାରିଛି ବୋଲି ସେ କହିଛନ୍ତି । କାଶୀ ବିଶ୍ଵନାଥ, ମହାକାଳେଶ୍ୱର, ପୁରୀର ଜଗନ୍ନାଥ ମନ୍ଦିର ଆଦି ସ୍ଥାନରେ ବିକାଶ ପାଇଁ କାର୍ଯ୍ୟ ସମସ୍ତ ସନାତନୀ ହିନ୍ଦୁ ମାନଙ୍କ ପାଇଁ  ଖୁସିର କଥା ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.