Latest Odisha News

BREAKING NEWS

ବିଦ୍ୟୁତ୍ ବିଲ୍ ବାକି; ଅନ୍ଧାର ହୋଇଯିବ କି ବାଂଲାଦେଶ? 

ଅଗରତାଲା: ୨୦୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛି ବାଂଲାଦେଶ। ସୋମବାର ଦିନ ଏହି ସୂଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା।

ସେ କହିଛନ୍ତି ଯେ ପଡୋଶୀ ଦେଶକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତ୍ରିପୁରା ରାଜ୍ୟ ବିଦ୍ୟୁତ୍ ନିଗମ ଲିମିଟେଡ୍, ଏନଟିପିସି ବିଦ୍ୟୁତ୍ ବାଣିଜ୍ୟ ନିଗମ ଲିମିଟେଡ୍ ମାଧ୍ୟମରେ ପଡୋଶୀ ଦେଶକୁ ୬୦-୭୦ ମେଗାୱାଟ ବିଦ୍ୟୁତ୍ ଯୋଗାଇଥାଏ।

ବିଦ୍ୟୁତ୍ ଯୋଗାଣ ନେଇ ବାଂଲାଦେଶ ଆମକୁ ପ୍ରାୟ ୨୦୦ କୋଟି ଟଙ୍କା ଦେଇ ନାହିଁ। ବକେୟା ରାଶି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେମାନେ ଯଥାଶୀଘ୍ର ଦେୟ ଦେବେ ବୋଲି ଆଶା ରହିଛି, ଯାହାଦ୍ୱାରା ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ।

ସୂଚନାଯୋଗ୍ୟ, ୨୦୧୬ ମାର୍ଚ୍ଚରେ ତ୍ରିପୁରା- ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ କରିଥିଲା।

Comments are closed.