Latest Odisha News

ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ; ଚିକେନ ଖାଇଲେ, ଯିଏ ଯାହା ପାରିଲେ ଲୁଟି ନେଲେ… 

ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ମାତ୍ରେ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ସରକାରୀ ବାସଭବନରେ ପ୍ରବେଶ କରିବା ସହ ଭଙ୍ଗାରୁଜା ମଧ୍ଯ କରିଛନ୍ତି।

ବିକ୍ଷୋଭକାରୀମାନେ ଗୃହମନ୍ତ୍ରୀଙ୍କ ଘରେ ମଧ୍ୟ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ଢାକାରେ ପ୍ରଧାନମନ୍ତ୍ରୀଙ୍କ ପାର୍ଟି ଆୱାମୀ ଲିଗ୍ କାର୍ଯ୍ୟାଳୟରେ ମଧ୍ଯ ନିଆଁ ଲଗାଇ ଦେଇଛନ୍ତି।

ଏହା ପରେ ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ଆବାସରେ ପ୍ରବେଶ କରିଥିଲେ। ଅନେକ ଲୋକ ତାଙ୍କ ଶୋଇବା ଘରେ ପ୍ରବେଶ କରିବା ସହ ଖଟରେ ଶୋଇବାର ସେଲ୍ଫି ଉଠାଇଛନ୍ତି।

କେହି ମେକ୍ ଅପ୍ ସାମଗ୍ରୀ ଲୁଟ୍ କରିଥିବା ବେଳେ ଆଉ କେହି ଚେୟାର ଏବଂ ସୁଟକେସ୍ ଉଠାଇ ନେଇଛନ୍ତି। କେହି କେହି ତାଙ୍କ ଆଲମାରି ଭାଙ୍ଗିବା ସହ ଆଉ କେହି ରୋଷେଇ ଘରେ ପଶି ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା।

 

Comments are closed.