Latest Odisha News

BREAKING NEWS

ଅଣାୟତ୍ତ ବାଂଲାଦେଶୀ ହିଂସା, ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ହସିନା

ନୂଆଦିଲ୍ଲୀ: କୋଟାକୁ ନେଇ ତାତିଛି ବାଂଲାଦେଶ । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇଥିବା ବେଳେ ବିରୋଧ ଓ ହିଂସାରେ ଜଳୁଛି ପୂରା ଦେଶ । ଏହାରି ଭିତରେ ଦେଶ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ତେବେ ସେ ତାଙ୍କ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହାସହିତ ଢାକା ଛାଡି ସେ ଭାରତ ଆସୁଥିବା ସୂଚନା ମିଳିଛି ।

ବାଂଲାଦେଶରେ ସରକାରୀ ଚାକିରୀରେ ସଂରକ୍ଷଣକୁ ନେଇ ଛାତ୍ରମାନଙ୍କର ବିରୋଧ ଲଗାତାର ଜାରି ରହିଛି । ସ୍ଥିତି ଅସମ୍ଭାଳ ହେବାରୁ ରବିବାର ସନ୍ଧ୍ୟାରୁ ଦେଶରେ କର୍ଫ୍ୟୁ ଜାରି ରହିଛି । ଏମିତିକି ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ ସହିତ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ହିଂସାରେ ଏଯାବତ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଲଗାତାର ହିଂସା ବଜାୟ ରହିଥିବା ବେଳେ କିଛି ହିଂସା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଆବାସ ଉପରେ ଆକ୍ରମଣ କରିଥିଲେ । ଆବାସ ଭିତରେ ଜବରଦସ୍ତି ପ୍ରବେଶ କରିବା ସହିତ ଭଙ୍ଗାରୁଜା କରିବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ହସିନାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ତେବେ ଉତ୍ତେଜନା ଧିରେ ଧିରେ ବଢିବାକୁ ଲାଗିଥିବାରୁ ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ତ୍ୟାଗ କରିଛନ୍ତି । ଏହାସହିତ ସେ ହେଲିକପ୍ଟର ଯୋଗେ ଭାରତ ଆସୁଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ସେ ତାଙ୍କର ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଦେଶ ଛାଡିଥିବାରୁ ଏବେ ବାଂଲାଦେଶରେ ସେନା ଶାସନ ଲାଗୁ ହୋଇଛି ।

Comments are closed.