Latest Odisha News

ଏକ ସପ୍ତାହ ପାଇଁ ଏହି ଦେଶ ଲକ୍‌ଡାଉନ୍‌

ଢାକା: ଢାକାରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ସୋମବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶର ସଡକ ପରିବହନ ମନ୍ତ୍ରୀ ଅବଦୁଲ୍‌ କାଦିର ଶନିବାର ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ସୂଚନା ଦେଇଛନ୍ତି।

ବାଂଲାଦେଶରେ ଶୁକ୍ରବାର ଦିନ ୬,୮୩୦ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହାକି ଗୋଟିଏ ଦିନରେ ସର୍ବାଧିକ।ଦେଶରେ ମୋଟ କରୋନା ମାମଲା ୬ ଲକ୍ଷ ୨୪ ହଜାର ୫୯୪ ରେ ପହଞ୍ଚିଛି।

Comments are closed.