Latest Odisha News

ବାଂଲାଦେଶ ବିପକ୍ଷରେ ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୮୭ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୭ ରନ ସଂଗ୍ରହ କରିଛି । ଭାରତର ଦୁଇ ଷ୍ଟାର ଖେଳାଳି ରିଷଭ ପନ୍ତ ଓ ଶ୍ରେୟାଶ ଆୟାର ପ୍ରଥମ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଶତକ ହାସଲରୁ ଅଳ୍ପକେ ବଂଚିତ ହୋଇଥିଲେ । ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ୨୨୭ ରନ ଜବାବରେ ଭାରତ ୩୧୪ ରନ କରି ଅଲଆଉଟ ହୋଇ ଯାଇଥିଲା ।

ପନ୍ତ ୯୩ ଓ ଆୟାର ୮୭ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ୨୪ ରନ ଲେଖାଁଏ କରିଥିଲେ । ଶୁଭମନ ଗିଲ ୨୦ ଓ କେଏଲ ରାହୁଲ ୧୦ ରନ କରିଥିଲେ । ପନ୍ତ ଓ ଆୟାର ୫ମ ୱିକେଟରେ ୧୫୯ ରନ ଯୋଗ କରିଥିଲେ । ପନ୍ତଙ୍କ ଏହା କ୍ୟାରିୟରର ୧୧ତମ ଓ ଆୟାରଙ୍କ ୫ମ ଅର୍ଦ୍ଧଶତକ । ତାଇଜୁଲ ଇସଲାମ ଓ ଶକିବ ଉଲ ହାସନ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.