Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ : ଦଶନ୍ଧି ପରେ ବାଂଲାଦେଶ ହାସଲ କଲା ବିଜୟ

ଶାରଜା: ଟି୨୦ ମହିଳା ବିଶ୍ୱକପର ପ୍ରଥମ ମ୍ୟାଚରେ ସ୍କଟଲାଣ୍ଡକୁ ୧୬ ରନରେ ହରାଇ ବାଂଲାଦେଶ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ବାଂଲାଦେଶ ମହିଳା ଟିମ ଟିମ ପ୍ରାୟ ଦଶନ୍ଧି ପରେ ବିଶ୍ୱକପରେ ବିଜୟ ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ଖେଳାଳିମାନେ ଭାବପ୍ରବଣ ହୋଇ ପଡିଥିଲେ । ଏଥର ଟି୨୦ ବିଶ୍ୱକପ ବାଂଲାଦେଶରେ ଆୟୋଜିତ ହେବାରେ ଥିଲା । ମାତ୍ର ଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ଏହା ୟୁଏଇରେ ଆୟୋଜିତ ହେଉଛି । ବାଂଲାଦେଶ ଅଧିନାୟିକା ନିଗାର ସୁଲତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ବାଂଲାଦେଶ ୨୦ ଓଭରରେ୧୧୯ ରନର ଆଭରେଜ ସ୍କୋର କରିଥିଲା । ଶୋଭନା ମୋସତ୍ରୀ ୩୬ ରନ କରିଥିଲେ ।

ଏହାର ଜବାବରେ ସ୍କଟଲାଣ୍ଡ ଟିମ ୨୦ ଓଭରରେ ୭ ୱିକେଟ ହରାଇ ୧୦୩ ରନ କରିବାକୁ ସକ୍ଷମ ହୋଇଥିଲା । ସାରା ବ୍ରୀସ ୪୯ ରନର ଇନିଂସ ଖେଳିଥିଲେ । ଋତୁ ମୋନୀ ବାଂଲାଦେଶ ପକ୍ଷରୁ ୨ଟି ୱିକେଟ ନେଇଥିଲେ । ୨୦୧୬, ୨୦୧୮, ୨୦୨୦ ଓ ୨୦୨୩ରେ ବାଂଲାଦେଶ ବିଶ୍ୱକପରେ ଗୋଟିଏ ବି ମୁକାବିଲା ଜିତିପାରି ନ ଥିଲା । ୨୦୧୪ ବିଶ୍ୱକପରେ ଦଳ ଶେଷ ଥର ପାଇଁ ବିଜୟ ହାସଲ କରିଥିଲା । ସେ ସମୟରେ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡକୁ ବାଂଲାଦେଶ ଟିମ ପରାସ୍ତ କରିଥିଲା ।

Leave A Reply

Your email address will not be published.