ନୂଆଦିଲ୍ଲୀ: ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ କୁ ନେଇ ବର୍ତ୍ତମାନ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ବିବାଦ ଜାରି ରହିଛି।
ଏହାରି ମଧ୍ୟରେ ଆଗାମୀ ବିଶ୍ୱକପରେ ବାଂଲାଦେଶ ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ ନାହିଁ ବୋଲି ଜଣାପଡିଛି।ତେବେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଜାନୁଆରୀ ୨୨ ତାରିଖରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡ ଖେଳାଳି ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରେ ହେବାକୁ ଥିବା ମ୍ୟାଚକୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଇବା ପାଇଁ ଆଇସିସିକୁ ଏକ ଚିଠି ଲେଖିଥିଲା। କିନ୍ତୁ ଏହି ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା। ଯାହାପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ବର୍ତ୍ତମାନ୍ ବାଂଲାଦେଶ ବଦଳରେ ଆଇସିସି ବିଶ୍ୱକପ୍ରେ ସ୍କଟଲାଣ୍ଡକୁ ସେମାନଙ୍କ ସ୍ଥାନରେ ସାମିଲ କରିବା ନେଇ କୁହାଯାଉଛି।
ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ପରେ ବିସିସିଆଇ ନିର୍ଦ୍ଦେଶରେ କେକେଆର୍ ୨୦୨୬ ଆଇପିଏଲ ମ୍ୟାଚରୁ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ମୁକ୍ତ କରିବା ପରେ ଏହି ସମସ୍ତ ମାମଲା ଆହୁରି ବଢ଼ି ଯାଇଥିଲା। ଯାହାଫଳରେ ଅସନ୍ତୁଷ୍ଟ ବାଂଲାଦେଶ ସରକାର ଦେଶରେ IPL ମ୍ୟାଚ୍ ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଇ ଦେଇଥିବା ଜଣାପଡିଛି।