Latest Odisha News

ବାଂଲାଦେଶୀ ସେକ୍ସ ରାକେଟ ଠାବ; ଜଣେ ଦଲାଲକୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଏସଟିଏଫର ଅଫରାଧ ଶାଖା ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରିଛି । ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗୋଠପାଟଣା ଅଂଚଳର ପ୍ରଶାନ୍ତ କୁମାର ଓରଫ ବୁଲୁ ।

ବରମୁଣ୍ଡା ବସ ଷ୍ଟାଣ୍ଡରେ ଦୁଇ ଜଣ ମହିଳାଙ୍କୁ ଗ୍ରାହକଙ୍କ ପାଖରେ ହସ୍ତାନ୍ତର କରୁଥିବା ପ୍ରୟାସରେ ଏସଟିଏଫ ଟିମ୍ ଧରିଥିଲା । ଦୁଇ ଜଣ ମହିଳାଙ୍କ ସମେତ ପୋଲିସ ତାଙ୍କ ଠାରୁ ଏକ ବୁଲେଟ୍ ମୋଟରସାଇକେଲ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା ।

ପଞ୍ଚାନନ ପାଢ଼ୀ, ତାଙ୍କ ପତ୍ନୀ ପ୍ରୀତି ପାଢ଼ୀ ଓ କେଶବ ସାହୁଙ୍କ ପାଇଁ ପ୍ରଶାନ୍ତ କୁମାର ଦଲାଲ କାମ କରୁଥିଲା । ଏମାନେ ପୂର୍ବରୁ ମଧ୍ୟ ଏହି ମାମଲାରେ ଗିରଫ ହୋଇଥିଲେ । ଏହି ୩ଜଣ ଇବ୍ରାହିମ ଓ ଅଞ୍ଜଳିର ପ୍ରମୁଖ ଦଲାଲ ଥିଲେ । ଜାନୁଆରୀ ୨୧ ତାରିଖରେ ଏସଟିଏଫ ଉଭୟଙ୍କୁ ପିପିଲିର ଦାନଗୋହିରିରୁ ଗିରଫ କରିଥିଲା ।

Leave A Reply

Your email address will not be published.