Latest Odisha News

BREAKING NEWS

ନିମାଇଁଚରଣ ହରିଚନ୍ଦନଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ୧୯୦୧ ମସିହା ଜୁଲାଇ ୯ରେ ଜନ୍ମଗ୍ରହଣ କରିଥିଲେ ନିମାଇଁଚରଣ ହରିଚନ୍ଦନ । ଯିଏକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବନମାଳୀ, ଦୀନକୃଷ୍ଣ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପଦ୍ୟ ଗୁଡିକୁ ଗାଇଥିବା କଣ୍ଠ ଶିଳ୍ପୀ । କୁହାଯାଏ ସେ ହିଁ ଓଡିଶାର ପ୍ରଥମ ପେସାଦାର ଗାୟକ।

BjdElectrycity

କେନ୍ଦ୍ରାପଡାରେ ଜନ୍ମିତ ଏହି ଗାୟକଙ୍କର ପ୍ରଥମ ଗୁରୁ ଥିଲେ ଓଡିଶାର ବିଶିଷ୍ଟ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ । ତାଙ୍କ ଠାରୁ ସେ ଓଡିଶୀ, ଛାନ୍ଦ, ଜଣାଣ ଆଦି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଆର୍ତ୍ତବନ୍ଧୁ ପାତ୍ରଙ୍କ ଠାରୁ ସଙ୍ଗୀତ ଶିକ୍ଷା ମଧ୍ୟ କରିଥିଲେ।

ସେ କେନ୍ଦ୍ରାପଡା ଓ କଟକରେ ସଙ୍ଗୀତ, ବାଦ୍ୟ ଯନ୍ତ୍ର ଆଦିରେ ତାଲିମ ନେବା ପରେ କୋଲକାତା ଯାଇଥିଲେ । ସେଠାରେ ୧୯୩୪ ମସିହାରେ କୋଲକାତା ବେତାର କେନ୍ଦ୍ରରେ ଗାଇବା ଆରମ୍ଭ କରିଥିଲେ । ଏପରିକି ସେ ନିଜର ସୁମଧୁର କଣ୍ଠରେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିପାରିଥିଲେ।

ପରବର୍ତ୍ତୀ ସମୟରେ ପୁରୀ ଗଜପତି ମହାରାଜା ତାଙ୍କୁ ଶ୍ରୀମନ୍ଦିରର ଚାମର ସେବା ପ୍ରଦାନ କରିଥିଲେ । ତା’ ପରଠାରୁ ସେ ମନ୍ଦିରରେ ଚାମର ସେବା କରିବା ସହ ଜଣାଣ ମଧ୍ୟ ଗାଉଥିଲେ।

୧୯୮୩ ମସିହା ଜୁଲାଇ ୨୦ ତାରିଖରେ ବାଣୀକଣ୍ଠ ରୂପେ ପରିଚିତ ଏହି ବିଶିଷ୍ଟ ଗାୟକଙ୍କର ଦେହାନ୍ତ ହୋଇଥିଲା।

 

Leave A Reply

Your email address will not be published.