Latest Odisha News

ସିବିଏସ୍‌ଇ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ସିବିଏସ୍‌ଇ ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହୋଇଛି ।  ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଆଗାମୀ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ । ଏଥିସହ ଦ୍ୱାଦଶ ଶ୍ରେଣୀର ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । cbseresult.nic.in, result.nic.in ଏବଂ cbse.nic.in ଏହି ତିନୋଟି ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆତଙ୍କ ଦେଖା ଦେଇଥିବାରୁ ସ୍କୁଲଠାରୁ ଆରମ୍ଭ କରି କଲେଜ ମଧ୍ୟ ବନ୍ଦ ରହିଥିଲା । ଏଥିସହିତ ସମସ୍ତ ପରୀକ୍ଷା ଓ ଆଗରୁ ହୋଇଥିବା ପରୀକ୍ଷା ଖାତା ଦେଖା ମଧ୍ୟ ବନ୍ଦ ଥିଲା । କିନ୍ତୁ ଏବେ ସିବିଏସିଇର ରେଜଲ୍ଡ ପ୍ରକାଶ ପାଇବା ନେଇ ସୂଚନା ରହିଛି।

Leave A Reply

Your email address will not be published.