Latest Odisha News

BREAKING NEWS

ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ବ୍ୟାଙ୍କ କେବେ ଖୋଲା ରହୁଛି କେବେ ବନ୍ଦ ସୂଚନା ରହିଲେ ଗ୍ରାହକଙ୍କୁ ଅସୁବଧା ଭୋଗିବାକୁ ପଡିବ ନାହିଁ । ତେବେ ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ। ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ବ୍ୟାଙ୍କ କାମ କରିପାରିବେ । ତଥାପି, ଆପଣଙ୍କର ସ୍ଥାନୀୟ ଶାଖା ସହିତ ଛୁଟିଦିନ ନିଶ୍ଚିତ କରିବା ଠିକ୍ ରହିବ । ବ୍ୟାଙ୍କ ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଓ ସବୁ ରବିବାର ବନ୍ଦ ରହେ । ଏହା ବ୍ୟତୀତ କିଛି ପୂଜା ପର୍ବାଣୀ ଯୋଗୁଁ ବ୍ୟାଙ୍କ ଜାନୁଆରୀ ମାସରେ ବନ୍ଦ ରହିବ ।

ଆସନ୍ତୁ ଦେଖିବା ବ୍ୟାଙ୍କ ଛୁଟି ତାଲିକା…

୧ ଜାନୁଆରୀ – ନୂଆବର୍ଷ
୨ ଜାନୁଆରୀ – ମନ୍ନମ ଜୟନ୍ତୀ( କେରଳ)
୫ ଜାନୁଆରୀ – ରବିବାର
୬ ଜାନୁଆରୀ – ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ (ହରିଆଣା, ପଞ୍ଜାବ)
୧୧ ଜାନୁଆରୀ – ଦ୍ବିତୀୟ ଶନିବାର
୧୨ ଜାନୁଆରୀ – ରବିବାର ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ
୧୪ ଜାନୁଆରୀ- ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ (ଓଡିଶା,ପଞ୍ଜାବ, ସିକିମ୍,ତେଲେଙ୍ଗାନା, ଗୁଜୁରାଟ,କେରଳ, ତାମିଲନାଡୁ, )
୧୫ ଜାନୁଆରୀ – ତିରୁବଲ୍ଲୁବର ଦିବସ, ମାଘ ବିହୁ ଓ ମକର ସଂକ୍ରାନ୍ତି (ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଆସାମ)
୧୬ ଜାନୁଆରୀ – ଉଜ୍ଜର ତିରରୁନଲ (ତାମିଲନାଡୁ)
୧୯ ଜାନୁଆରୀ – ରବିବାର
୨୨ ଜାନୁଆରୀ – ଇମୋଇନ (ମଣିପୁର)
୨୩ ଜାନୁଆରୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ (ଓଡିଶା, ଦିଲ୍ଲୀ)
୨୫ ଜାନୁଆରୀ : ଚତୁର୍ଥ ଶନିବାର
୨୬ ଜାନୁଆରୀ : ଗଣତନ୍ତ୍ର ଦିବସ
୩୦ ଜାନୁଆରୀ : ସୋନମ ଲୋସର (ସିକିମ)

ଉକ୍ତ ଛୁଟିକୁ ନଜରରେ ରଖି ବ୍ୟାଙ୍କ କାମ ସାରିଦିଅନ୍ତୁ ।

 

 

Comments are closed.