ନୂଆଦିଲ୍ଲୀ: ରାତି ପାହିଲେ ମେ, ମାସ ସରି ଜୁନ୍ ମାସ ଚାଲିବ । ଯଦି ଆପଣଙ୍କର ମଧ୍ୟ ଜୁନ୍ ମାସରେ ବହୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି, ତେବେ ଥରେ ନଜର ପକାନ୍ତୁ, ଜୁନ୍ ୨୦୨୫ରେ ମୋଟ ୧୨ ଦିନ ବନ୍ଦ ରହିବ ଭାରତୀୟ ବ୍ୟାଙ୍କଗୁଡିକ । ଯେଉଁଥିରେ ଜାତୀୟ ଏବଂ ଆଞ୍ଚଳିକ ପର୍ବ ଏବଂ ନିୟମିତ ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ।
ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଘୋଷଣା କରାଯାଇଥିବା ଏହି ଛୁଟିଗୁଡ଼ିକର ତାଲିକା ଅନୁସାରେ, ବ୍ୟାଙ୍କ ଗ୍ରାହକମାନେ ସମୟ ପୂର୍ବରୁ ସେମାନଙ୍କର ଆର୍ଥିକ କାର୍ଯ୍ୟ ଯୋଜନା କରିପାରିବେ। ଜୁନ୍ ୨୦୨୫ ପାଇଁ ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ, ୧ ଜୁନ୍ (ରବିବାର) ସାପ୍ତାହିକ ଛୁଟି, ୬ ଜୁନ୍ (ଶୁକ୍ରବାର) ବକ୍ରୀଦ୍ (କେରଳରେ ବ୍ୟାଙ୍କ ବନ୍ଦ), ୭ ଜୁନ୍ (ଶନିବାର) ବକ୍ରୀଦ୍ (ଗୁଜୁରାଟ, ସିକିମ୍, ଅରୁଣାଚଳ ପ୍ରଦେଶ ଏବଂ କେରଳ ବ୍ୟତୀତ ରାଜ୍ୟଗୁଡ଼ିକରେ ବ୍ୟାଙ୍କ ବନ୍ଦ), ୮ ଜୁନ୍ (ରବିବାର) ସାପ୍ତାହିକ ଛୁଟି, ୧୧ ଜୁନ୍ (ବୁଧବାର) ସନ୍ଥ କବୀର ଜୟନ୍ତୀ / ସାଗା ଦାୱା (ସିକିମ୍ ଏବଂ ମେଘାଳୟରେ ବ୍ୟାଙ୍କ ବନ୍ଦ), ୧୪ ଜୁନ୍ (ଶନିବାର) ଦ୍ୱିତୀୟ ଶନିବାର (ସମସ୍ତ ବ୍ୟାଙ୍କ ଛୁଟି), ୧୫ ଜୁନ୍ (ରବିବାର) ସାପ୍ତାହିକ ଛୁଟି, ୨୨ ଜୁନ୍ (ରବିବାର) ସାପ୍ତାହିକ ଛୁଟି, ୨୭ ଜୁନ୍ (ଶୁକ୍ରବାର) ରଥଯାତ୍ରା / କାଙ୍ଗ (ଓଡିଶା ଏବଂ ମଣିପୁରରେ ବ୍ୟାଙ୍କ ବନ୍ଦ), ୨୮ ଜୁନ୍ (ଶନିବାର) ଚତୁର୍ଥ ଶନିବାର (ସମସ୍ତ ବ୍ୟାଙ୍କ ଛୁଟି), ୨୯ ଜୁନ୍ (ରବିବାର) ସାପ୍ତାହିକ ଛୁଟି, ୩୦ ଜୁନ୍ (ସୋମବାର) ରେମନା ନୀ (ମିଜୋରାମରେ ବ୍ୟାଙ୍କ ବନ୍ଦ) ।
ତେବେ ଏହି ଛୁଟିଗୁଡ଼ିକ ମଧ୍ୟରୁ କିଛି ରାଜ୍ୟ-ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ଛୁଟି ପ୍ରଦାନ କରିଛନ୍ତି । ତେଣୁ ଗ୍ରାହକମାନଙ୍କୁ ବ୍ୟାଙ୍କ ଛୁଟିଗୁଡ଼ିକୁ ସେବାଡ଼ଭ୍କ ରାଜ୍ୟ ଅନୁଯାୟୀ ଯାଞ୍ଚ କରିବାକୁ ପଡିବ।
କହିରଖୁଚୁ, ବ୍ୟାଙ୍କିଂ କାର୍ଯ୍ୟ ଏହି ସମୟରେ ବନ୍ଦ ରହିବ ନାହିଁ । ଉପଭୋକ୍ତାମାନେ ବ୍ୟାଙ୍କ ଶାଖା ବନ୍ଦ ହେବା ସତ୍ତ୍ୱେ, ୟୁପିଆଇ, ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଏଟିଏମ୍ ଭଳି ଡିଜିଟାଲ୍ ବ୍ୟାଙ୍କିଂ ସେବାଗୁଡ଼ିକ ପୂର୍ବପରି କାର୍ଯ୍ୟକ୍ଷମ ରହିବ। ହେଲେ ଚେକ୍ କ୍ଲିୟରାନ୍ସ, ଡିମାଣ୍ଡ ଡ୍ରାଫ୍ଟ ଏବଂ ପାସବୁକ୍ ଅପଡେଟ୍ ଭଳି କିଛି ସେବା କେବଳ ବ୍ୟାଙ୍କ ଶାଖା ମାଧ୍ୟମରେ ସମ୍ଭବ, ତେଣୁ ଏହି କାର୍ଯ୍ୟଗୁଡ଼ିକୁ ସମୟ ମଧ୍ୟରେ କରିବା ଉଚିତ ।
Comments are closed.