ଭୁବନେଶ୍ବର : ଉଦଘାଟିତ ହୋଇଛି ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ଭୁବନେଶ୍ବର ଜୋନାଲ ଅଫିସ୍ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଓଡ଼ିଶାବାସୀଙ୍କ ପାଇଁ ଉତ୍ତମ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବା ଯୋଗାଇ ଦେବା ସହ ରାଜ୍ୟବାସୀଙ୍କୁ ବିଶେଷ ସହାୟତା କରିବ ବୋଲି ଆଶାବାଦୀ ଅଛନ୍ତି ।
ସେହିପରି ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓଡ଼ିଶାର ଖୁଚୁରା କୃଷି ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ସର୍ବଦା ପ୍ରତିବଦ୍ଧତା ବୋଲି କହିଥିଲେ ଜୋନାଲ ମ୍ୟାନେଜର । ବର୍ତ୍ତମାନ୍ ଓଡ଼ିଶାରେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ୧୯ଟି ଶାଖା ଥିବା ବେଳେ, ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡ଼ିଶାବାସୀଙ୍କ ସୁବିଧା ପାଇଁ ୨୦ଟି ନୂତନ ବ୍ୟାଙ୍କ୍ ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ଉଦଘାଟନୀ ସଭାରେ ନାଲକୋର ପୂର୍ବତନ ଏମଡି ତଥା ବେଦାନ୍ତ ଆବାସିକ ନିର୍ଦ୍ଦେଶକ ତପନ କୁମାର ଚାନ୍ଦ, ଭୁବନେଶ୍ବର ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ବ୍ରହ୍ମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।
Comments are closed.