Latest Odisha News

BREAKING NEWS

ସମ୍ବଲପୁରରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ ଲକ୍ଷ ଲୁଟ୍

ସମ୍ବଲପୁର: କୁଚିଣ୍ଡା ଥାନା ପିପାଲଖୁଣ୍ଟି ସ୍ଥିତ ୟୁନିଅନ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ଅଭିଯୋଗ।

ସୂଚନାନୁସାରେ, ମଙ୍ଗଳବାର ଦିନ ପିପଳଖୁଣ୍ଟି ନିକଟରେ ଏହି ବ୍ୟାଙ୍କ କର୍ମଚାରୀମାନେ ଶାଖାକୁ ଫେରୁଥିବା ବେଳେ ସେମାନଙ୍କୁ ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇଥିଲେ ଦୁର୍ବୁତ୍ତ। ଏହି ଦୁର୍ବୁତ୍ତ ମାନେ ଆଖିପିଛୁଳାକେ ଘଟଣାସ୍ଥଳରୁ ଉଭାନ ହୋଇ ଯାଇଥିଲେ।

“ଆମ କର୍ମଚାରୀମାନେ ମୁଖ୍ୟ ଶାଖାରୁ ଲାଇମୁରା ଶାଖାକୁ ଆବଶ୍ୟକ ନଗଦ ଟଙ୍କା ନେଇ ଆସୁଥିଲେ, କିନ୍ତୁ କିଛି ଦୁର୍ବୁତ୍ତ ମଝି ରାସ୍ତାରେ ସେମାନଙ୍କଠାରୁ ସମସ୍ତ ନଗଦ ଲୁଟ୍ କରିଛନ୍ତି। ଆମେ କୁଚିଣ୍ଡା ପୋଲିସ ଷ୍ଟେସନରେ ଅଭିଯୋଗ କରିଛୁ” ବୋଲି ଶାଖା ପରିଚାଳକ ଆଲୋକ ପଟେଲ କହିଛନ୍ତି।

Leave A Reply

Your email address will not be published.