Latest Odisha News

BREAKING NEWS

କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଲା ଷ୍ଟକ୍‌ ମାର୍କେଟ୍‌; ;ପ୍ରଥମଥର ପାଇଁ ୪୩୦୦୦ ଟପିଲା ସେନ୍‌ସେକ୍ସ

ମୁମ୍ବାଇ: ପ୍ରଥମ ଥର ପାଇଁ କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଛି ଷ୍ଟକ୍‌ ମାର୍କେଟ୍‌। ଆମେରିକା ନିର୍ବାଚନ ଫଳାଫଳ ଏବଂ କରୋନା ଟିକା ଆସିବା ନେଇ ସକାରାତ୍ମକ ଖବର ପ୍ରଚାର ହେବା ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍‌ସେକ୍ସ ୬୮୦ ପଏଣ୍ଟ୍‌ ବୃଦ୍ଧି ପାଇ ୪୩,୨୨୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ପ୍ରଥମ ଥର ଲାଗି ସେନ୍‌ସେକ୍ସ ଏଭଳି ଉଚ୍ଚ ଏବଂ ଐତିହାସିକ ସ୍ତରରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହେବାର ସମ୍ଭାବନା ବଢିବା ଦିନ ଠାରୁ ସେନ୍‌ସେକ୍ସ ନିୟମିତ ଭାବେ ବଢ଼ୁଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟିରେ ମଧ୍ୟ ବୃଦ୍ଧିର ଧାରା ଜାରି ରହିଛି। ଆଜି ନିଫ୍‌ଟି ୧୭୦ ପଏଣ୍ଟ୍‌ ବୃଦ୍ଧି ପାଇ ୧୨,୬୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

Leave A Reply

Your email address will not be published.