ଭୋପାଳ: ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ । ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଜାନୁଆରୀ ୨୦୨୫ରେ ସବୁ ବ୍ୟାଙ୍କ ଗୋଟିଏ ସମୟରେ ଖୋଲିବ ଆଉ ଗୋଟିଏ ସମୟରେ ବନ୍ଦ ହେବ । ଆଉ ଏମିତି କିଛି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ । ମଧ୍ୟପ୍ରଦେଶରେ ସବୁ ବ୍ୟାଙ୍କ ଗୁଡିକୁ ଗୋଟିଏ ସମୟରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ତେବେ ପୂର୍ବରୁ କିଛି କିଛି ବ୍ୟାଙ୍କ ୧୦ଟାରେ, କିଛି ୧୦.୩୦ରେ ଆଉ କିଛି କିଛି ୧୧ଟାରେ ଖୋଲୁଥିଲା । ଏବଂ ସେହି ହିସାବରେ ସେଗୁଡିକ ବନ୍ଦ ମଧ୍ୟ ହେଊଥିଲା । କିନ୍ତୁ ମଧ୍ୟପ୍ରଦେଶରେ ବ୍ୟାଙ୍କିଙ୍କ୍ ସେବାଗୁଡିକରେ ସୁଧାର ଆଣିବାକୁ ଯାଇ ସେଠିକା ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜେନୁଆରୀ ୧ ତାରିଖରୁ ସବୁ ରାଷ୍ଟ୍ରୀୟକୃତ ବ୍ୟାଙ୍କଗୁଡିକରେ କାର୍ଯ୍ୟର ସମୟ ସମାନ ରହିବ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାହକଙ୍କୁ ସୁବିଧା ଯୋଗାଇବା, ଏବଂ ବ୍ୟାଙ୍କ ସେବାଗୁଡିକ ସୁବ୍ୟବସ୍ଥିତ କରିବା । ମଧ୍ୟପ୍ରଦେଶ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ବୈଠକରେ ଏହି ପରିବର୍ତ୍ତନକୁ ଅନୁମୋଦନ କରାଯାଇଛି ।
ତେବେ ଏହି ବୖଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏଣିକି ରାଜ୍ୟର ସବୁ ବ୍ୟାଙ୍କ ସକାଳ ୧୦ ଟାରେ ଖୋଲିବା ସହିତ ଅପରାହ୍ଣ ୪ଟା ବନ୍ଦ ହେବ । ଯାହାକି ସେମାବାରରରୁ ଶୁକ୍ରବାର ପର୍ଯ୍ୟନ୍ତ ଲାଗୁ ହେବ ଏବଂ ଶନିବାର ଦିନ ସକାଳ ୧୦ ଟାରେ ଖୋଲି ଦିନ ୨ଟାରେ ବନ୍ଦ ହେବ ।