Latest Odisha News

BREAKING NEWS

ବାଙ୍କୀ ଡବଲ୍ ମର୍ଡ଼ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାଙ୍କୀ ଖଜୁରୀପଦା ନୁଆଗାଁ ଡବଲ୍ ମର୍ଡ଼ର ଘଟଣାରେ ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଗବାନ ପ୍ରଧାନ ଗିରଫ ହେବାପରେ ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧିପାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବାଙ୍କୀ ଥାନା ଜୋକଲାଞ୍ଜିଠାରେ ସଂଘବଦ୍ଧ ଭାବେ କିଛି ଦୁର୍ବୃତ୍ତ ଖଜୁରୀପଦାର ଭଗବାନ ସ୍ୱାଇଁ ଓ ଆଦିତ୍ୟ କୁମାର ରଣସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

ଏହି ଡବଲ୍ ମର୍ଡ଼ର ଘଟଣାରେ ପୋଲିସ ନିକଟରେ ୨୦ ଜଣଙ୍କ ନାମରେ ଅଭିଯୋଗ ରହିଛି । ଅନ୍ୟ ଅଭିଯୁକ୍ତମାରେ ଖୁବଶିଘ୍ର ଧରାପଡ଼ିବେ ଓ ସେଥିଲାଗି ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ବାଙ୍କୀ ଏସଡ଼ିପିଓ ସୂଚନା ପ୍ରଦାନ କରିଛନ୍ତିି ।

Leave A Reply

Your email address will not be published.