Latest Odisha News

BREAKING NEWS

କୋଭିଡ଼-୧୯: କ୍ୱାରେନଣ୍ଟାଇନ କେନ୍ଦ୍ର ପାଇଁ ଓୟୋ ରୁମ୍ ପ୍ରଦାନ କରିବାକୁ ପ୍ରସ୍ତୁତ ରିତେଶ ଅଗ୍ରୱାଲ

ଭୁବନେଶ୍ୱର: ଭାରତର ସର୍ବବୃହତ ହୋଟେଲ ଚେନ ଓୟୋ ରୁମ୍ସ । ଯଦି ଆବଶ୍ୟକ ହୁଏ ତେବେ ଓୟୋ ରୁମ୍ସକୁ କରୋନାଭାଇରସ୍ କ୍ୱାରେନଣ୍ଟାଇନ କେନ୍ଦ୍ର ଭାବରେ ଯୋଗାଇବାକୁ ପ୍ରସ୍ତୁତ ଥିବା କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି ।

ଏକ ଟ୍ୱିଟର ପରାମର୍ଶରେ ରିତେଶ ଉତ୍ତର ଦେଇ କହିଛନ୍ତି ଯେ ସେ ଏହା କରିବାକୁ ପ୍ରସ୍ତୁତ ଏବଂ ମେଡିକାଲ୍ ପ୍ରଫେସନାଲଙ୍କ ସହଯୋଗରେ ସେ ଏହା କରିବାକୁ ପ୍ରସ୍ତୁତ ।

ଓୟୋ ଭାରତର ୫୦୦ ରୁ ଅଧିକ ସହରରେ ରହିଛି । ୧୮ ହଜାର ହୋଟେଲରେ ପ୍ରାୟ ୨.୭ ଲକ୍ଷ କୋଠରୀ ରହିଛି ଓୟୋ ଅଧୀନରେ ।

ବର୍ତ୍ତମାନ ସରକାରୀ କେନ୍ଦ୍ର ବ୍ୟତୀତ ଦିଲ୍ଲୀର ଏରୋସିଟିରେ ଥିବା କିଛି ହୋଟେଲକୁ କ୍ୱାରେନଣ୍ଟାଇନ ସେଣ୍ଟର ଭାବରେ ନାମିତ କରାଯାଇଛି। ରେଡ୍ ଫକ୍ସ, ଆଇବିଏସ୍ ଏବଂ ଲେମନ ଟ୍ରି ଭଳି ହୋଟେଲରେ ରୋଗୀମାନେ ଦେୟ ଦେଇ ରହିପାରିବେ ।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାରା ଦେଶରେ ସ୍କୁଲ, କଲେଜ, ମଲ୍ ଏବଂ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନ ବନ୍ଦ ରଖାଯାଇଛି। ଭାରତରେ କରୋନା ପଜେଟିଭ ମାମଲା ସଂଖ୍ୟା ୧୩୭ ରେ ପହଞ୍ଚିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.