Latest Odisha News

BREAKING NEWS

ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି !

ନୂଆଦିଲ୍ଲୀ: ଅଗଷ୍ଟ ମାସ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସାରା ଦେଶରେ ଅନେକ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଅପରପକ୍ଷେ ଏହି ମାସରେ ରକ୍ଷାବନ୍ଧନ ମଧ୍ୟ ରହିଛି । ଅଗଷ୍ଟ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଜନ୍ମାଷ୍ଟମୀ ମଧ୍ୟ ପାଳନ କରାଯିବ। ଏହି ସବୁ ପର୍ବ ବ୍ୟତୀତ ରାଜ୍ୟ ନିର୍ଦ୍ଦିଷ୍ଟ ପର୍ବ ମଧ୍ୟ ରହିଛି। ଯାହାକୁ ସ୍ଥାନୀୟ ସ୍ତରରେ ଖୁବ ଧୁମଧାମରେ ପାଳନ କରାଯାଏ।

ଏଭଳି ପରିସ୍ଥିତିରେ ଏହି ସବୁ ଛୁଟି ଯୋଗୁଁ ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁଯାୟୀ, ଅଗଷ୍ଟ ମାସରେ ୧୩ଟି ଛୁଟି ଥିବା ବେଳେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହିତ ୪ଟି ରବିବାର ରହିଛି। ଯଦି ଆପଣ ଅଗଷ୍ଟ ମାସରେ କୌଣସି ଯୋଜନା କରିଛନ୍ତି ତେବେ ଆରବିଆଇର ଛୁଟି ତାଲିକା ଦେଖିବା ଅତ୍ୟନ୍ତ ଜରୁରୀ । ଆସନ୍ତୁ ଜାଣିବା ଅଗଷ୍ଟ ମାସର କେଉଁ ତାରିଖରେ ବ୍ୟାଙ୍କ ଛୁଟି ହେବାକୁ ଯାଉଛି ।

ଅଗଷ୍ଟ ୪, ୨୦୨୪, ରବିବାର: ସାରା ଦେଶରେ ବ୍ୟାଙ୍କ ବନ୍ଦ

ଅଗଷ୍ଟ ୧୦, ୨୦୨୪, ଶନିବାର: ଦ୍ୱିତୀୟ ଶନିବାର ସାରା ଦେଶରେ ବ୍ୟାଙ୍କ ବନ୍ଦ

ଅଗଷ୍ଟ ୧୧, ୨୦୨୪, ରବିବାର: ସାରା ଦେଶରେ ବ୍ୟାଙ୍କ ଛୁଟି

ଅଗଷ୍ଟ ୧୫, ୨୦୨୪, ଗୁରୁବାର: ସାରା ଦେଶରେ ସ୍ୱାଧୀନତା ଦିବସ ଛୁଟି

ଅଗଷ୍ଟ ୧୮, ୨୦୨୪, ରବିବାର: ସାରା ଦେଶରେ ବ୍ୟାଙ୍କ ଛୁଟି

ଅଗଷ୍ଟ ୧୯, ୨୦୨୪, ସୋମବାର: ରକ୍ଷାବନ୍ଧନ ଅବସରରେ ଦେଶର ଅନେକ ରାଜ୍ୟରେ ଛୁଟି

ଅଗଷ୍ଟ ୨୪, ୨୦୨୪, ଶନିବାର: ଚତୁର୍ଥ ଶନିବାର ସାରା ଦେଶରେ ବ୍ୟାଙ୍କ ବନ୍ଦ

ଅଗଷ୍ଟ ୨୫, ୨୦୨୪, ରବିବାର: ସାରା ଦେଶରେ ବ୍ୟାଙ୍କ ବନ୍ଦ

ଅଗଷ୍ଟ ୨୬, ୨୦୨୪, ସୋମବାର: ଜନ୍ମାଷ୍ଟମୀ ଅବସରରେ ଭାରତର ଅନେକ ରାଜ୍ୟରେ ଛୁଟି

ଅନ୍ୟ ଛୁଟି ଗୁଡିକ ରାଜ୍ୟ ଅନୁଯାୟୀ ରହିଛି।

Comments are closed.