Latest Odisha News

BREAKING NEWS

ସକାଳ ୮ଟାରୁ ୨ଟା ଯାଏଁ ଖୋଲା ରହିବ ଓଡ଼ିଶାର ସବୁ ବ୍ୟାଙ୍କ

ଭୁବନେଶ୍ୱର: କଟକ, ପୁରୀ, ଛତ୍ରପୁର, ବରହମପୁର, କୋରାପୁଟ ଏବଂ ଭୁବନେଶ୍ୱର ସହର ବ୍ୟତୀତ ଓଡିଶାର ସମସ୍ତ ବ୍ୟାଙ୍କ ସକାଳ ୮ ରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏପରିକି ଗ୍ରାହକ ସେବା ସମୟ ସକାଳ ୮ ରୁ ଦିନ ୧ଟା ପର୍ଯ୍ୟନ୍ତ ଏବଂ ଲକଡାଉନ୍ ଅବଧି ଶେଷ ନହେବା ଯାଏଁ ଏହି ସଂଶୋଧିତ ବ୍ୟାଙ୍କିଙ୍ଗ୍ ସମୟ ଅନୁଯାୟୀ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।

ସେହିପରି ବ୍ୟାଙ୍କ ପରିସରରେ ସଠିକ୍ ସାମାଜିକ ଦୂରତା ବଜାୟ ରଖିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ତାଙ୍କ ଆଦେଶରେ ଲେଖିଛନ୍ତି, ଯାହା ରାଜ୍ୟପାଳଙ୍କ ଦ୍ୱାରା ପାସ୍ ହୋଇଛି।

ଆହୁରି ମଧ୍ୟ କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର, କୋରାପୁଟ ଏବଂ ଭୁବନେଶ୍ୱର ବ୍ୟତୀତ ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ୧୫ ପର୍ଯ୍ୟନ୍ତ ସକାଳ ୭ ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

Comments are closed.