Latest Odisha News

BREAKING NEWS

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି ଗିରଫ

ଚଣ୍ଡିଗଡ଼ : ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି । ଖଲିସ୍ତାନୀ ଆତଙ୍କବାଦ ଯୋଜନାରେ ସମ୍ପୃକ୍ତ ଯଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି । ସେ ପଞ୍ଜାବ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଆତଙ୍କୀ ହମଲା କରିବାକୁ ଯୋଜନା କରିଥିବା ଜଣାପଡିଛି । ପାକିସ୍ତାନର ଇଣ୍ଟର ଷ୍ଟେଟ୍ ଇଣ୍ଟେଲିଜେନ୍ସ ଲାଗି କାମ କରୁଥିବା ଯଶବିନ୍ଦର ଠାରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ହାସଲ ହୋଇଛି । ଯଶବିନ୍ଦର ଆଇଏସଆଇ ସମର୍ଥିତ ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସର ସଦସ୍ୟ ।

ଯଶବିନ୍ଦରକୁ ଗିରଫ କରାଯିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ତଦନ୍ତକାରୀ ସଂସ୍ଥା ତାକୁ ଜେରା କରିଛନ୍ତି । ଐତିହାସିକ ଚାଷୀ ଆନ୍ଦୋଳନର ନେତା ତଥା ପଞ୍ଜାବର ୨୨ଟି ଚାଷୀ ସଂଗଠନକୁ ନେଇ ଗଠିତ ମଞ୍ଚର ନେତା ବଲବୀର ସିଂ ରାଜେଓ୍ବାଲଙ୍କୁ ହତ୍ୟା କରିବା ଲାଗି ମଧ୍ୟ ଷଡଯନ୍ତ୍ର ଯୋଜନାରେ ସାମିଲ ଥିଲା ଯଶବିନ୍ଦର । ମୁମ୍ବାଇରେ ବିସ୍ଫୋରଣ ଲାଗି ସେ ଅସ୍ତ୍ରଶସ୍ତ୍ର ଯୋଗାଡ କରୁଥିବା ସୂଚନା ମିଳିଛି । ଯଶବିନ୍ଦରକୁ ଗିରଫ କରିବା ଲାଗି ଯୋଜନା ଚାଲିଥିଲା । ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟା ବେଳେ ପୋଲିସ ଯଶବିନ୍ଦର ମୁଲତାନି ଓ ବାବର ଖାଲସା ଆତଙ୍କବାଦୀ ହରବିନ୍ଦର ସିଂ ସାନ୍ଧୁଙ୍କ ସମ୍ପର୍କରେ ସୂଚନା ପାଇଥିଲା । ହରବିନ୍ଦର ଆଇଏସଆଇ ହେପାଜତରେ ପାକିସ୍ତାନରେ ଆଶ୍ରୟ ନେଇଥିବା ବେଳେ ଯଶବିନ୍ଦର ଜର୍ମାନୀରେ ଥିଲା ।

Comments are closed.