ଭଦ୍ରକ: ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ ଘଡେଇ । ଭଦ୍ରକ ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତକାରଣ ଦର୍ଶାଇ ବିଜେଡି ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ତାଙ୍କର ଇସ୍ତଫା ମଞ୍ଜୁର କରିବା ପାଇଁ ଜିଲ୍ଲା ବିଜେଡି ସଭାପତିଙ୍କୁ ସେ ଜଣାଇଛନ୍ତି । ତେବେ ବ୍ୟକ୍ତିଗତ କାରଣ ପାଇଁ ଛାଡିଲେ ନା ଏହା ଭିତରେ ଆଉ କଣ ରହିଛି ସେଥିପାଇଁ ବିଭିନ୍ନ ମହଲରେ ଆଲୋଚନା ହୋଇଛି ।
ଅନ୍ୟପଟେ, ବିଜେଡିରୁ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଇସ୍ତଫା ଦେଇଥିବାବେଳେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଥିବା ନେଇ ସୂଚନା ରହିଛି ।
Comments are closed.