Latest Odisha News

ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍

ଭୁବନେଶ୍ବର: ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍ । ଭୁବନେଶ୍ୱର ସହିଦ ନଗରରେ ଥିବା ଭକ୍ସପପ ବାର୍ ସିଲ୍ ହୋଇଛି। ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ ଏହି ବାରକୁ ସିଲ୍ କରିଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ବାରକୁ ସିଲ୍ କରିଛି ଅବକାରୀ ବିଭାଗ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ଯାଏଁ ଏହି ବାର୍ ରେ ଚାଲୁଥିଲା ମଦ ମାଂସର ଆସର। ଜମୁଥିଲା ଭିଡ। ସରକାରଙ୍କ ଅନୁମତି ନିୟମ ଅନୁସାରେ ଅତି ବେଶୀରେ ୧.୩୦ ଯାଏଁ ବାର୍ ଖୋଲିପାରିବାର ନିୟମ ରହିଛି। ହେଲେ ଏହି ବାର୍ ଭୋର୍ ୪ ଟା ଯାଏଁ ଖୋଲାଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ। ସେହି ଅଭିଯୋଗ ଆଧାରରେ ଆଜି ବାର୍ ରେ ଚଢାଉ କରି ବାର୍ କୁ ତିନି ଦିନ ପାଇଁ ସିଲ୍ ମଧ୍ୟ କରିଛି।

Comments are closed.