Latest Odisha News

BREAKING NEWS

ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ୨ ଓଡ଼ିଆ ଫିଲ୍ମ

ଭୁବନେଶ୍ବର:ଆସନ୍ତାକାଲି ରିଲିଜ ହେଉଛି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ । ‘ରକ୍ତ ଗୋଲାପ’ ଓ ‘ବର ବଧୂ’ । ଉଭୟ ଫିଲ୍ମର ଟ୍ରେଲର ଓ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

‘ରକ୍ତ ଗୋଲାପ’ ଫିଲ୍ମ ବିଷୟରେ କହିବାକୁ ଗଲେ, ପିଏସ୍ ମୋସନ୍ ପିକଚର୍ସ ସହ ମିଳିତ ଭାବରେ ଆସ୍ତେଟିକ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ସସପେନ୍ସ ଓ ରହସ୍ୟରେ ଭରା ‘ରକ୍ତ ଗୋଲାପ’ ଫିଲ୍ମ । ଏହି ଫିଲ୍ମରେ ଏଲିନାଙ୍କ ସମେତ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଅଭିଷେକ ଗିରି, ସମରେଶ ରାଉତରାୟ, ହର ରଥ ଓ ଉଦିତ ଗୁରୁ ନଜର ଆସିବେ ।

‘ବର ବଧୂ’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ବିଶ୍ୱରଞ୍ଜନ ଏବଂ ପ୍ରଯୋଜକ ରହିଛନ୍ତି ଚନ୍ଦ୍ର ମଣି । ମୌଳିକ କାହାଣୀ ସହ ସିନେମାଟି ଯେତିକି ରୋମାଞ୍ଚକର ରହିବ ସେତିକି ସମାଜର ଏକ ନୂଆ ନୂଆ କଥା କହିବ । ମଧ୍ୟବିତ ପରିବାରରେ ସମ୍ପର୍କ, ପ୍ରତି ମୁହୂର୍ତ୍ତରେ ଏକ ନୂଆ ପ୍ରତିବନ୍ଧକକୁ ନେଇ ନିର୍ମିତ ଏହି ଫିଲ୍ମ । ଏହି ଫିଲ୍ମରେ ଶିବାନୀ ସଙ୍ଗୀତା ଓ ଶୈଳେନ୍ଦ୍ର ସାମନ୍ତରାୟ, ହର ରଥ ଓ ସୂର୍ଯ୍ୟମୟୀ ମହାପାତ୍ର, ଶୁଭାଶିଷ ଶର୍ମା ଓ ଜୟଶ୍ରୀ ଷଢଙ୍ଗୀ ନଜର ଆସିବେ ।

Leave A Reply

Your email address will not be published.