Latest Odisha News

BREAKING NEWS

ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣ ମାଳ !

ବାରାଣସୀ: ଦେଶରେ ପିଆଜ ରସୁଣର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ନିକଟ ବାରାଣସୀରେ ଏକ ବିବାହ ଉତ୍ସବରେ ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିଆଜ ଓ ରସୁଣର ମାଳ ପିନ୍ଧାଇଥିବା ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ ବିବାହରେ ସାମିଲ ହୋଇଥିବା ଲୋକେ ନବ ଦମ୍ପତିିଙ୍କୁ ଉପହାରରେ ପିଆଜ ହିଁ ଭେଟି ଦିଆଯାଇଥିବା ଜଣାପଡିଛି ।

ପିଆଜ ଦର ବର୍ତ୍ତମାନ ଆକାଶଛୁଆଁ। ପ୍ରାୟ ମାସେ ହେବ ଏପରି ଅବସ୍ଥା ଲାଗି ରହିଛି। ପିଆଜର ବର୍ଦ୍ଧିତ ଦରକୁ ନେଇ ବର-ବଧୂ ଏପରି ପ୍ରତିକାତ୍ମକ ବିରୋଧ କରିଛନ୍ତି। ନିଜର ବିରୋଧ ପ୍ରଦର୍ଶନ ପାଇଁ ଦୁହେଁ ଭିନ୍ନ ଢଙ୍ଗରେ ଏପରି କିଛି କାମ କରିଛନ୍ତି ବୋଲି ସମାଜବାଦୀ ପାର୍ଟିର କମଳ ପଟେଲ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ନବ ଦମ୍ପତିିଙ୍କ ପାଇଁ ଏହା ଏକ ଖାସ୍‍ ଦିନ ଥିଲା ଏବଂ ଏହି ଅବସରରେ ସେମାନେ ପିଆଜ-ରସୁଣର ବର୍ଦ୍ଧିତ ଦରକୁ ନେଇ ସେ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.