କଟକ: ଆସନ୍ତା ବର୍ଷ ଫେବୃୟାରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଡେନାଇଟ ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏଶନ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ଓସିଏ ପକ୍ଷରୁ ଏହି ମ୍ୟାଚ ପାଇଁ ଟିକେଟ ଦର ଘୋଷଣା କରାଯାଇଛି । ଏଥର ପ୍ରଶଂସକଙ୍କୁ ଟିକେଟ ପାଇଁ ପକେଟ ଢ଼ିଲା କରିବାକୁ ପଡିବ । ବାରବାଟୀର ଦର୍ଶକ କ୍ଷମତା ୪୪ ହଜାର ୫୨୪ ରହିଛି । ଗ୍ୟାଲେରୀ ୧,୩ ଓ ୬ ଟିକେଟର ମୂଲ୍ୟ ୧୨୦୦୦ ଟଙ୍କା ରଖାଯାଇଛି । ୨ ଓ ୪ ପାଇଁ ୧୦୦୦ ଟଙ୍କା ଓ ୫ନମ୍ବର ପାଇଁ ୧୫୦୦ ଟଙ୍କା ରଖାଯାଇଛି ।
ସ୍ପେଶାଲ ଏନକ୍ଲୋଜରର ଦାମ ୭୦୦୦, ଏସି ଗ୍ୟାଲେରୀ ବକ୍ସ ୯୦୦୦ ଓ କର୍ପୋରେଟ ବକ୍ସର ମୂଲ୍ୟ ୨୦୦୦୦ ଟଙ୍କା ରଖାଯାଇଛି । ଇଂଲଣ୍ଡ ଟିମ ଜାନୁୟାରୀ ୨୨ରେ ଭାରତ ଗସ୍ତରେ ଆସିବ । ଏଠାରେ ୫ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୧୨ ଜୁନ ୨୦୨୨ ପରଠାରୁ ବାରବାଟୀରେ ଆଉ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇ ନାହିଁ ।
Comments are closed.