Latest Odisha News

BREAKING NEWS

ବାରବାଟୀ ଦିନିକିଆ: ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ ଲାଗି ଗାଇଡଲାଇନ୍ ଜାରି କଲା ପୋଲିସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଚୂଡାନ୍ତ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ ଲାଗି ଏକ ଗାଇଡଲାଇନ୍ ଜାରି କରାଯାଇଛି ।

ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରିଛନ୍ତି ।

ଗ୍ୟାଲେରୀ ନଂ-୧ ପାଇଁ ଦର୍ଶକମାନେ ୯ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।

ଗ୍ୟାଲେରୀ ନଂ-୨ ପାଇଁ ୧୦ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।

ଗ୍ୟାଲେରୀ ନଂ-୩ ପାଇଁ ୧୨ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।

ଗ୍ୟାଲେରୀ ନଂ-୪ ପାଇଁ ୧୩ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।

ଗ୍ୟାଲେରୀ ନଂ-୫ ପାଇଁ ୨ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।

ଗ୍ୟାଲେରୀ ନଂ-୬ ପାଇଁ ୪ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ।

ସେହିପରି ସ୍ପେଶାଲ୍ ଏନକ୍ଲୋଜର୍ ପାଇଁ ଗେଟ୍ ନଂ-୩

ସ୍ପେଶାଲ୍ ଏନକ୍ଲୋଜର୍(ବ୍ଲକ୍-ବି) ପାଇଁ ଗେଟ୍ ନଂ-୫

ପୁରୁଣା ପାଭିଲିୟନ୍, ନୂଆ ପାଭିଲିୟନ୍ ଓ ପ୍ରେସ୍ ବକ୍ସରେ ପ୍ରବେଶ ପାଇଁ ଗେଟ୍ ନଂ-୧

ଟିଭି କ୍ରିୟୁମାନଙ୍କ ପାଇଁ ଗେଟ୍ ନଂ-୭

ଏହାବ୍ୟତିତ ଦର୍ଶକମାନେ ଷ୍ଟାଡିୟମ୍ ମଧ୍ୟରେ ପ୍ରତ୍ୟେକ ଗ୍ୟାଲେରୀରେ ରହିଥିବା ପୋଲିସ ହେଲ୍ପ ଡେସ୍କରୁ ମଧ୍ୟ ସହାୟତା ପାଇପାରିବେ ।

Leave A Reply

Your email address will not be published.