Latest Odisha News

BREAKING NEWS

ବାରବାଟୀ ଦିନିକିଆ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚିଛି ।

ପ୍ରାପ୍ତ ସୂଚନାନୁଯାୟୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭାରତୀୟ କ୍ରିକେଟ୍ ଟିମକୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବସଯୋଗେ ବାରବାଟୀ ଷ୍ଟାଡିୟମକୁ ନିଆଯାଇଛି । ଆଉ କିଛି ସମୟ ପରେ ଟିମ୍ ଇଣ୍ଡିଆ ନିଜ ଅଭ୍ୟାସ ମ୍ୟାଚ୍ ଆରମ୍ଭ କରିବ ଏବଂ ଏହି ଅଭ୍ୟାସ୍ ଆଜି ମଧ୍ୟାହ୍ନ ୧ଟା ଯାଏଁ ଚାଲିବ ବୋଲି ଜଣାପଡିଛି ।

 

ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଟିମ୍ ମଧ୍ୟ ଷ୍ଟାଡିୟମରେ ଦ୍ୱିପ୍ରହର ୨ଟାରୁ ଅପରାହ୍ନ ୫ଟା ଯାଏଁ ଅଭ୍ୟାସ୍ କରିବ ବୋଲି ସୁତ୍ରରୁ ପ୍ରକାଶ ।

ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଲାଗି କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଛି ।

ଉଲ୍ଲେଖଯୋଗ୍ୟ, ଖେଳାଳିଙ୍କ ସୁରକ୍ଷା ତଥା ଷ୍ଟାଡିୟମ୍ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ପ୍ରାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.