Latest Odisha News

BREAKING NEWS

ଓଡିଶାରୁ ୨ ବାଳିକା ପାଇବେ ‘ଜାତୀୟ ସାହସିକତା ପୁରସ୍କାର’

ଭୁବନେଶ୍ୱର: ସାହସିକତା ଲାଗି କେନ୍ଦ୍ରାପଡା ଜିଲ୍ଲାର ଦୁଇ ଭଉଣୀ ପାଇବେ ୨୦୧୯ ବର୍ଷର ଚାଇଲ୍ଡ ୱେଲଫେୟାର୍ ନ୍ୟାସନାଲ୍ ବ୍ରାଭେରି ଆୱାର୍ଡ ।

ଏହି ୨ ଭଉଣୀ ହେଲେ କେନ୍ଦ୍ରାପଡା ଜିଲ୍ଲାର ପୂର୍ଣ୍ଣିମା ଗିରି ଓ ସସ୍ମିତା ଗିରି ।

ସେମାନଙ୍କୁ ସିସିଡବ୍ଲ୍ୟୁ ଜାତୀୟ ସାହସିକତା ପୁରସ୍କାର-୨୦୧୯ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଇଣ୍ଡିଆନ୍ କାଉନସିଲ୍ ଫର୍ ଚିଲଡ୍ରେନ୍ ୱେଲଫେୟାର୍ ପକ୍ଷରୁ ଚିଠି ଆସିଛି।୨୦୨୦ ମସିହା ଜାନୁଆରୀ ମାସର ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ ଗତ ଜାନୁୟାରୀ ୨ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିପାଣିଆ ଗ୍ରାମରେ ପ୍ରାୟ ୪୦ ରୁ ୪୫ ଜଣ ବ୍ୟକ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଙ୍ଗରାଜପୁରରୁ କେନ୍ଦ୍ରାପଡ଼ାର ହୁକିଟୋଲା ଲାଇଟ୍ ହାଉସ ପରିଦର୍ଶନରେ ଯାଉଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲାମାନେ ଥିଲେ । ପିକନିକ୍ ସାରି ଫେରୁଥିବା ବେଳେ ବାଲିଘାଟ ନିକଟସ୍ଥ ନେପଣିଆ ନିକଟ ମହାନଦୀର ଗଭୀର ଜଳରେ ଦେଶୀ ଡ଼ଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା ।

ଉକ୍ତ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାରେ ଏହି ଦୁଇ ଭଉଣୀ ଅପୂର୍ବ ସାହସିକତା ଦେଖାଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିଲେ ।

Leave A Reply

Your email address will not be published.